କବିସୂର୍ଯ୍ୟନଗର : ( )ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ ବିନା ଯନ୍ତ୍ରୀ ରେ ଚାଲିଛି ବିକାଶ କାର୍ଯ୍ୟ ୨୧ ଦିନ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ହୋଇପାରିଲା ନାହିଁ ସହକାରୀ ନିର୍ବାହୀ ଯନ୍ତ୍ରିପଦବୀ l ବ୍ଲକ ଅଧୀନରେ ଦୁଇ ଦୁଇ ଜଣ ବିଧାୟକ ଥାଇ ମଧ୍ୟ ମୁରବୀ ବିହୀନ ହୋଇପଡିଛି କବିସୂର୍ଯ୍ୟନଗର।ବ୍ଲକ ଅଧ୍ୟକ୍ଷ ପଦ ଅଦାଲତରେ ବିଚାରଧୀନ ରହିଛି କିନ୍ତୁ ଅଧ୍ୟକ୍ଷ ବିବାଦ ଠାରୁ ଏବେ ବଳିଗଲାଣି ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ବିବାଦ l ପ୍ରକାଶ ଥାଉକି ପୂର୍ବରୁ ଯନ୍ତ୍ରୀ ନିଯୁକ୍ତି ପ୍ରସଙ୍ଗକୁ ନେଇ ଦେଖାଦେଇଥିବା ଶୀତଳ ଯୁଦ୍ଧ ଖବର ପ୍ରକାଶ ପାଇବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ନେତା। ହେଲେ ଆଜି ତାହାର ବାସ୍ତବ ରୂପରେଖ ପଦାରେ ପଡିଛି। ସରକାର ବଦଳିଲା ଲୋକେ ଭାବିଲେ କାର୍ଯ୍ୟଧାରା ବଦଳିବ କିନ୍ତୁ ପରିଚାଳନା ଗତ ତୃଟି ଯୋଗୁଁ ପୂର୍ବ ସରକାର ଠାରୁ ବଳିଗଲାଣି ପ୍ରଶାସନିକ ଅବ୍ୟବସ୍ଥା। ହେଲେ କୁହାଯାଉଛି
ରାଜନୈତିକ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି କି ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ? ଯାହା ସୂଚନା ମିଳିଛି ଅକ୍ଟୋବର ୩୧ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା ଅବସର ନେଇଥିବା ବେଳେ ଆଉ ନୂଆ ଯନ୍ତ୍ରୀ ନିଯୁକ୍ତି ହୋଇ ପାରିନାହିଁ। ୨୧ ଟି ପଞ୍ଚାୟତ ରେ କାମ କରି ବିଲ ପାଇବା ପାଇଁ ସକାଳୁ ରାତି ଯାଏଁ ଲୋକେ ବ୍ଲକ ରେ ଡେରା ପକାଇବା ଘଟଣା କୁ ନେଇ ଅସନ୍ତୋଷ ବଢୁଛି,ହେଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦେଶକ ଜାଣି ଶୁଣି କାହିଁକି ଯନ୍ତ୍ରୀ ନିଯୁକ୍ତି ବନ୍ଦ କରିଛନ୍ତି ନା ବ୍ଲକ ରୁ ରିପୋର୍ଟ ଜିଲ୍ଲାପାଳ ଙ୍କୁ ଦିଆଯାଉନି ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥୁବା ନେତା ମନ୍ତ୍ରୀ ଙ୍କ ବାହାପିଆ ବକ୍ତବ୍ୟ କୁ ନେଇ ଲୋକେ ସମାଲୋଚନା କରିବା ସହ କବିସୂର୍ଯ୍ୟନଗର ବ୍ଲକ ରେ ଲାଗିରହିଥିବା ଅଚଳବସ୍ଥା କେବେ ଦୂର ହେବ ତାହା ନେଇ ପ୍ରଶ୍ନ ଉଠିଲାଣି।
