ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଚନ୍ଦନପୁର ସ୍ଥିତ କାଳି ମନ୍ଦିର ଠାରେ ବିଜୁ ଜନତା ଦଳର ଏକ ମହିଳା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ନଗରପାଳ ସୁନୀତା ପ୍ରଭା ସାହୁ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ ଚନ୍ଦନପୁର ପଞ୍ଚାୟତର ବହୁ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ। ପ୍ରଥମେ ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ଯକ୍ତିଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବତନ କୋଦଳା ଏନଏସି ନଗରପାଳ ସୁନୀତା ପ୍ରଭା ସାହୁ ସମସ୍ତ ମହିଳାଙ୍କୁ ସୁ ସଂଗଠିତ ରହିବା ସହ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନାର ଜନସଚେତନା ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଥିଲେ। ମହିଳା ଗୋଷ୍ଠୀଙ୍କ ପାଇଁ ସରକାର ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଏବଂ ସେମାନଙ୍କ ସ୍ବାବଲମ୍ବି ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ସୁଫଳ ପାଇବାକୁ ପରାମର୍ଶ ଦେଇଥିଲେ ଶ୍ରୀମତୀ ସାହୁ। ଏଥିରେ ଶତାଧିକ ମହିଳା କର୍ମକର୍ତ୍ତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
