You are currently viewing ଫୁଲ ଧରିଲେ ବିଜେଡି କଂଗ୍ରେସ ଓ ସି ପି ଆଇ ନେତା |
ଫୁଲ ଧରିଲେ ବିଜେଡି କଂଗ୍ରେସ ଓ ସି ପି ଆଇ ନେତା |

ଖଲ୍ଲିକୋଟ 8/5 ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଜେପି ମଧ୍ୟରେ କଡ୍ଡା ଟକ୍କର ହେଉଥିବା ବେଳେ ବିଜେପି ଆଗାମୀ ନିର୍ବାଚନ ରେ ଶକ୍ତି ଶାଳୀ ହେବା ପାଇଁ ବଳ ଗୋଟାଇ ଚାଲିଥିବା ଦେଖିବାକୁ ମିଳୁଛି |ବିଜେପି ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ନିର୍ବାଚନ ମଣ୍ଡଳୀ ର ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଲୋକଙ୍କୁ ମୋଦିଙ୍କ ଗ୍ୟାରେଣ୍ଟି ବିଷୟ ରେ ବୁଝାଇ ଦଳରେ ଯୁବକ କୃଷକ ଓ ମହିଳା ସମେତ ବିଭିନ୍ନ ଦଳ ନେତା ଓ କର୍ମୀ ମାନଙ୍କୁ ମହା ମିଶ୍ରଣ ପର୍ବ ମାଧ୍ୟମ ରେ ସାମିଲ କରୁଥିବା ଦେଖିବାକୁ ମିଳୁଛି |ବୁଧବାର ଦିନ ଖଲ୍ଲିକୋଟ ବ୍ଲକ ର ଭିକ|ପଡା, ଖୋଜାପଲି ଓ ପଥରା ଓଡ଼ିଆ ଆଲପୁର ରେ ମିଶ୍ରଣ ବୈଠକ କରି କଂଗ୍ରେସ ବିଜେଡି ଓ ସି ପି ଆଇ ନେତା ମାନଙ୍କୁ ଦଳ ରେ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ମିଶ୍ରଣ କରିଥିଲେ |ଭିକ|ପଡା ରେ ପ୍ରାକ୍ତନ ସରପଞ୍ଚ ସନ୍ତୋଷ ପ୍ରଧାନ, ସମିତି ସଭ୍ୟ ମୁରଲୀ ସାହୁ ଓ କାଳୁ ପାହାନ ଅଘରୀ ପ୍ରଧାନ ଙ୍କ ସମେତ ଗ୍ରାମର ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ସ୍ୱତଃ ବିଜେପି ରେ ମିଶିଥିବା ବେଳେ ଖୋଜାପଲ୍ଲୀ ଠାରେ ମିଶ୍ରଣ ସମାବେଶ କରି ସି ପି ଆଇ ର ପୂର୍ବତନ ସମିତି ସଭ୍ୟ ରବି ସ୍ୱାଇଁ ଙ୍କ ସମେତ ବହୁ ସି ପି ଆଇ ଓ ବିଜେଡି ର ଛାମୁଆ ନେତା ଓ କର୍ମୀ ମାନେ ଶଙ୍ଖ ଛାଡି ଫୁଲ ଧରିଥିଲେ |ସେହିପରି ପଥରା ଓ ଓଡ଼ିଆ ଆଲପୁର ର ବହୁ କଂଗ୍ରେସ ଓ ବିଜେଡି ନେତା ଓ କର୍ମୀ ପୂର୍ବତନ ସମିତି ସଭ୍ୟ ଙ୍କ ନେତୃତ୍ୱ ରେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ |

ଉକ୍ତ ମିଶ୍ରଣ ପର୍ବ ରେ କାଳୁ ରାମ ମହାରଣା, ନିରଞ୍ଜନ ନାୟକ ମନୋଜ ପ୍ରଧାନ ସୁବଳ ସାହୁ ସଞ୍ଜୟ କୁମାର ଜେନା ଓ ଜଗନ୍ନାଥ ଭୂୟାଁ ଭଳି ବିଜେପି ନେତା ଯୋଗ ଦେଇ ନବାଗତ ମାନଙ୍କୁ ସ୍ୱାଗତ କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )