You are currently viewing ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁବେଳାଭୂମି ସଫେଇ ଅଭିଯାନ
ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁବେଳାଭୂମି ସଫେଇ ଅଭିଯାନ

ପୁରୀ,୨୦/୯-ପ୍ରଦେଶ କଂଗ୍ରେସ୍ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରିଖ ରବିବାର ପୂର୍ବାହ୍ନରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସର ମୁଖ୍ୟ ସଂଗଠକ ଅବିନାଶ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଫେଇ କାର୍ଯ୍ୟ ସ୍ୱର୍ଗଦ୍ୱାର ସମ୍ମୁଖ ରୁ ଦିଗବାରେଣୀ ଖୁଣ୍ଟି ପର୍ଯ୍ୟନ୍ତ ବେଳାମାର୍ଗ ସଫେଇ ହୋଇଥିଲା। ଏହି ସଫେଇ କାର୍ଯ୍ୟ କ୍ରମରେ ଶତାଧିକ ସେବାଦଳ ର କର୍ମକର୍ତ୍ତା ଙ୍କ ସହ ଓଡ଼ିଶା ପ୍ରଭାରୀ ନରେନ୍ଦ୍ର ସିଂ ଭଟି, ରାଜ୍ୟ ସଭାପତି ଶୁଭେନ୍ଦୁ ମହାନ୍ତି , ସେବାଦଳ କୋଷା ଦକ୍ଷ ମିତ୍ରଭାନୁ ମହାପାତ୍ର, ସାଧାରଣ ସଂପାଦକ ଏମ.ଡି ସାହାଦୁଲ୍ଲା, ବସନ୍ତ ପଣ୍ଡା,ପୁରୀ ଜିଲ୍ଲା ସଭାପତି ରାଜେଶ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ରାଜ୍ୟ ସମ୍ପାଦିକା ନିରୁପମା ପାତ୍ର, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସେକ ସଫିକ ଉଦିନ (ଗୋପି ), ମହିଳା କଂଗ୍ରେସ ସଭାପତି ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ, ଜିଲ୍ଲା କୋଷାଧକ୍ଷ ଆର୍ତ୍ତ ତ୍ରାଣ ସାହୁ, ଉପସଭାପତି ସସ୍ମିତା ସ୍ୱାଇଁ, ଉପସଭାପତି ବିଶ୍ୱରଂଜନ ସାମନ୍ତରାୟ, ପୂର୍ବତନ ନଗର କଂଗ୍ରେସ ସଭାପତି ପୁରୀ ୨ ଅମରେନ୍ଦ୍ର ପାଇକରାୟ,

ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ଏସ.କେ ସାହିଲ , ମମତା ସ୍ୱାଇଁ, ଗୋବର୍ଦ୍ଧନ ପ୍ରଧାନ, ମାଗୁଣି ଦାସ, ମିଥୁନ ସେଠ, ପ୍ରଦୀପ୍ତ ପରିଡା, ଅମୀୟ ମହାପାତ୍ର, ବାଙ୍କ ସ୍ୱାଇଁ, ଉମାକାନ୍ତ ବେହେରା, ସୂର୍ଯ୍ୟ ପ୍ରଧାନ, ପପୁ ମିଶ୍ର ପ୍ରମୁଖ ନେତୃମଣ୍ଡଳୀ ଓ ସେବାଦଳ ସିପାହୀ ମାନେ ଉପସ୍ଥିତ ଥିଲେ ଆଗାମୀ ଦିନରେ କିପରି ପୁରୀଜିଲ୍ଲା ସେବାଦଳକୁ ଅଧିକରୁ ଅଧିକ ସୁଦୃଢ କରାଯାଇପାରିବ ରାଜ୍ୟ ସଭାପତି ଶୁଭେନ୍ଦୁ ମହାନ୍ତି ଓ ରାଜ୍ୟ ପ୍ରଭାରୀ ନରେନ୍ଦ୍ର ଶିଂ ଭଟ୍ଟୀ ସେବାଦଳ କର୍ମୀ ଓ ନେତା ମାନଙ୍କ ସହ ଆଲୋଚନା କରିଥିଲେ ।