You are currently viewing ବିଧାୟକଙ୍କ ଦ୍ଵାରା ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ ।
ବିଧାୟକଙ୍କ ଦ୍ଵାରା ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ ।

ବେଲଗୁଣ୍ଠା -୨୮/୪-ବେଲଗୁଣ୍ଠା ଟାଉନ୍ ହଲ୍ ଠାରେ ବେଲଗୁଣ୍ଠା ତହସିଲ ତରଫରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଓ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଫିରୋଜ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବେଲଗୁଣ୍ଠା ତହସିଲ ଅଞ୍ଚଳର ପ୍ରାୟ ୩୦୦ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ପ୍ରଦାନ କରାଯାଇଥିଲା । ଓଡ଼ିଶାର ସମସ୍ତ ନାଗରିକଙ୍କୁ ଭୁମି ଯୋଗାଇଦେବା ଓ କାହାକୁ ମଧ୍ୟ ବାସହୀନ ନ କରିବା ପାଇଁ ଏ ସରକାର ସଂକଳ୍ପବଦ୍ଧ ବୋଲି ବିଧାୟକ ପ୍ରକାଶ କରିଥିଲେ । ନବୀନ ବାବୁ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଆଜି ବିଶ୍ୱ ଦରବାରରେ ପ୍ରଶଂସନୀୟ ହୋଇପାରିଛି ।ପ୍ରତିଦିନ ଡ଼ାକ ମାଧ୍ୟମରେ ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉଚି ତା ସହିତ “ମୋ ତହସିଲ” କାର୍ଯ୍ୟକ୍ରମରେ ଲୋକଙ୍କୁ ପଟ୍ଟା ବଣ୍ଟନ କରାଯାଉଚି ଏବଂ ସରକାରୀ କାର୍ଯ୍ୟାଳୟରେ କିପରି ଜନସାଧାରଣ ସଠିକ ସେବା ପାଇବେ ଯାହାକୁ ନେଇ ରାଜ୍ୟ ସରକାର ‘ମୋ ଗାଁରେ ତହସିଲ’ ପରି କାର୍ଯ୍ୟକ୍ରମ ଆୟୋଜନ କରୁଚନ୍ତି ଏବଂ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଚି ବୋଲି କହିବା ସହ ରାଜ୍ୟ ସରକାର ମହିଳା ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିନିମନ୍ତେ ସ୍ୱୟଂ ସହାୟିକା ଗୋଷ୍ଟିକୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର ସଭାପତିତ୍ବ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ, କାଉନସିଲର ଦିବ୍ୟ ରଞ୍ଜନ ଦାଶ,ଭାସ୍କର ପାତ୍ର, ସଙ୍ଗଠକ ଜିତେନ୍ଦ୍ର ସୁବୁଦ୍ଧି,ପ୍ରଦୀପ ସେଠୀ, ଦିଲ୍ଲୀପ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ