You are currently viewing ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ପୁରଷ୍କାରବିତ୍ ପାଣି ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ପୁରଷ୍କାରବିତ୍ ପାଣି ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜନ ପ୍ରତିନିଧି ଓ ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଗୁରୁବାର ଦିନ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପାଇଥିବା ପାଣି ପଞ୍ଚାୟତ ସଭାପତି ତଥା ପେଣ୍ଠା ଗ୍ରାମର ସମାଜସେବୀ ରାମହରି ଗୈାଡଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖବରନୁଯାୟୀ , ଦିଗପହଣ୍ଡି ବ୍ଲକ ଘୋଡାହଡ ପାଣି ପଞ୍ଚାୟତ ଅଧିନରେ ୨୧ ଗୋଟି ପଞ୍ଚାୟତ ରହିଛି । ସେଥି ମଧ୍ୟରୁ ମା ରାମଚଣ୍ଡୀ ପାଣି ପଞ୍ଚାୟତ ଘୋଡାହଡ ୧ କୁ ରାଜ୍ୟର ସମସ୍ତ ପାଣି ପଞ୍ଚାୟତକୁ ମାତ ଦେଇ ଶ୍ରେଷ୍ଠ ପାଣି ପଞ୍ଚାୟତ ରୂପେ ବିବେଚିତ ହୋଇଥିଲା । ଯାହାଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପାଣି ପଞ୍ଚାୟତ ସଭାପତି ଶ୍ରୀ ଗୈାଡଙ୍କୁ ସମ୍ମାନିତ କରିବା ସହ ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ପାଣି ପଞ୍ଚାୟତର କାର୍ଯ୍ୟରତ ଅଧିକାରୀମାନେ ଅଭିନନ୍ଦନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହରେ ଜନ ପ୍ରତିନିଧି ଓ ଗୈାଡ ସମାଜ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ତାଲୁକାର ଉନ୍ନତି ଏବଂ ଆଗାମୀ ଦିନରେ ସମାଜର ମହାସଭା ପ୍ରସ୍ତୁତି ବୈଠକ ନିମନ୍ତେ ଏକ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ ସଭାପତିତ୍ବରେ କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ ସଂଯୋଜନା କରିଥିଲେ। ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ପ୍ରଶାନ୍ତ କୁମାର ପ୍ରଧାନ , ଶିଶିର ପ୍ରଧାନ , ଦେବହରୀ ଗୈାଡ , ସନ୍ତୋଷ ଦୋରା , ରବିଚନ୍ଦ୍ର ଗୈାଡ , ଚିତ୍ରସେନ ଗୈାଡ , ସରପଞ୍ଚ ରଞ୍ଜନ କୁମାର ସାହୁ , ତିନି ତାଲୁକା ସଂପାଦକ ଆଦିକନ୍ଦ ଗୈାଡ , ଜକର ସମବାୟ ସଭାପତି ରାମେଶ୍ବର ପାଣିଗ୍ରାହୀ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

କିରଣ କୁମାର ବେହେରା , ରିପୋର୍ଟର (ଦିଗପହଣ୍ଡି)