You are currently viewing ପୁରୀ ଅଭିମୁଖେ ଯାତ୍ରା ପାଇଁ ଦ୍ଵିତୀୟ ଦିନ ରେ ଶ୍ରଦ୍ଧାଳୁ ଙ୍କ ଭିଡ
ପୁରୀ ଅଭିମୁଖେ ଯାତ୍ରା ପାଇଁ ଦ୍ଵିତୀୟ ଦିନ ରେ ଶ୍ରଦ୍ଧାଳୁ ଙ୍କ ଭିଡ

ଧରାକୋଟ,8/7/24
ପବିତ୍ର ରଥଯାତ୍ରା ପାଇଁ ରାଜ୍ୟ

ସରକାରଙ୍କ ଘୋଷଣା ପ୍ରକାରେ ଦ୍ଵିତୀୟ ଦିନ ରେ ଧରାକୋଟ ବ୍ଲକ ସଦରହକୁମାରୁ ପୁରୀ ଅଭିମୁଖେ ଯାତ୍ରା ପାଇଁ ସ୍ବତନ୍ତ୍ର ବସ ନିକଟରେ ବେଶ୍ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ । ଧରାକୋଟ ବଡ଼ଦାଣ୍ଡ ରୁ ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟ 7 ଘଣ୍ଟା ରହିଥିବା ବେଳେ ଆଖ ପାଖ ଅଞ୍ଚଳରୁ ଅନେକ ପୁରୁଷ ଓ ମହିଳା ସକାଳ 5 ଘଣ୍ଟା ସମୟରୁ ବସ ନିକଟରେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ପରିବହନ ନିଗମର ସୁପରଭାଇ ଜର ସବିର କୁମାର ବେହେରା ଓ ବ୍ଲକ ସୁପରଭାଇଯର ସଂଜିତ କୁମାର ସ୍ବାଇଁ ଶ୍ରଦ୍ଧାଳୁ ମାନଙ୍କୁ ଶୃଙ୍ଖଳିତ ଭାବେ ବସ ମଧ୍ୟ ରେ ନେଇ ଯାତ୍ରା ଆରମ୍ଭ କରିଥିଲେ।
ଉକ୍ତ ବସ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଯେଭଳି କିଛି ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆ ଯାଇଛି ।ବସ ମଧ୍ୟରେ ପିଇବା ପାଣି,ଓ ଆର ଏସ, ପ୍ରାଥମିକ ଚିକିତ୍ସା ନିମନ୍ତେ ଫାଷ୍ଟ୍ ଏଇଡ୍ କିଟ ସହ ଆରାମ ଦାୟକ ସିଟ ଉପଲବ୍ଧ ରହିଛି ।
ଏହି ବସ୍ ରେ ଡ୍ରାଇଭର ଭାବରେ ପ୍ରହଲ୍ଲାଦ ସ୍ବାଇଁ ଏବଂ କଣ୍ଡକ୍ଟର ଭାବରେ ସାଗର ପ୍ରଧାନ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ମଧ୍ୟ ଯାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଯାତ୍ରୀ ମାନଙ୍କୁ ଉଚିତ୍ ସୁରକ୍ଷା ଦେବାପାଇଁ ନିର୍ଦ୍ଦେଶ ଦିଆ ଯାଇଛି।