ପାତ୍ରପୁର,୨୩/୧୧/୨୨
ଗତ ୧୮ ତାରିଖ ରେ ଶିକ୍ଷକ ଭବନ ଠାରେ ଫୋଟୋ ଉଠାଇବାକୁ କେନ୍ଦ୍ର କରି ସାମ୍ୱାଦିକ ସୁରେଶ ପଟ୍ଟନାୟକଙ୍କ ସହ ହୋଇଥିବା ଅପ୍ରୀତିକର ଘଟଣାକୁ କେନ୍ଦ୍ର କରି ଜରଡ଼ା ଥାନାରେ ଶିକ୍ଷକ ଓ ସାମ୍ୱାଦିକ ଙ୍କ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା । ସୋମବାର ସନ୍ଧ୍ୟାରେ ଉଭୟପକ୍ଷ ଉପସ୍ଥିତରେ ତାହାର ସମାଧାନ ହୋଇଛି । ଶିକ୍ଷକ ସଦାନନ୍ଦ ଶବର ସାମ୍ୱାଦିକ ଙ୍କୁ ଚିହ୍ନି ନ ପାରିଥିବା ହେତୁ ଅପ୍ରିତି କର ପରିସ୍ଥିତି ଘଟିଲା ବୋଲି ପ୍ରକାଶ କରିବା ସହ ଦୁଃଖ ପ୍ରକାଶ କରିଥିଲେ। ଥାନା ଅଧିକାରୀ ସୁନିଲ୍ ବେହେରାଙ୍କ ଉପସ୍ଥିତିରେ ଶିକ୍ଷକ ସଦାନନ୍ଦ ଶବର ଓ ସାମ୍ବାଦିକ ସୁରେଶ ପଟ୍ଟନାୟକ ଉଭୟ ଆପୋଷ ରାଜିନାମା ପତ୍ର ଲେଖିଥିଲେ।ଉପସ୍ଥିତ ଶିକ୍ଷକ ମଧ୍ୟରେ ଶିକ୍ଷକ ନେତା ବି.ରାମରାଓ, ଟୁଟୁ ପ୍ରଧାନ, ଅନନ୍ତ ନାୟକ, ରାଜୀବ ଲୋଚନ ପ୍ରଧାନ, ବିପିନ ସବର, ସିମାଞ୍ଚଳ ପ୍ରଧାନ, ନାଗେଶ୍ୱର ରାଓ, ହରି ନାୟକ,ମନୋଜ ନାୟକ, ଗଣେଶ ଶବର ନିଶାମଣି ପ୍ରଧାନ ଙ୍କ ସମେତ ଶତାଧିକ ଶିକ୍ଷକ ଉପସ୍ଥିତ ରହି ଥିବା ବେଳେ ସୀମାନ୍ତ ସାମ୍ୱାଦିକ ସଂଘ ସମ୍ପାଦକ ନୀଳାଚଳ ପଟ୍ଟନାୟକ, ଉପ ସଭାପତି ସନ୍ତୋଷ ମହାପାତ୍ର, ମାଧବ ବାଡତ୍ୟା, ବଦ୍ରି ରଣା ସ୍ବେଚ୍ଛାସେବୀ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
