You are currently viewing ଦିଗପହଣ୍ଡିରେ ମଧୁବାବୁଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସ୍ବାଭିମାନ ଦିବସ ପାଳିତ
ଦିଗପହଣ୍ଡିରେ ମଧୁବାବୁଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସ୍ବାଭିମାନ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା କାର୍ଯ୍ୟାଳୟରେ ଶୁକ୍ରବାର ଦିନ ମଧୁବାବୁଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ ପ୍ରଥମେ ଅଧ୍ଯକ୍ଷା ଶ୍ରୀମତୀ ସେଠୀ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଦିଗପହଣ୍ଡି ବ୍ଳକ ସମ୍ବାଦ ପତ୍ରିକା ପ୍ରତିନିଧି ନୀଳମାଧବ ପରମଗୁରୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୨୮ ନଂ ଜିଲ୍ଲା ପରିଷଦ ସଭ୍ୟା ଏମ୍ . ଅନୁସୟା ରେଡ୍ଡୀ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ପଶୁ ଡାକ୍ତର ଡଃ . ସିଦ୍ଧାର୍ଥ ପାଣିଗ୍ରାହୀ , ଚଷାନିମଖଣ୍ଡି ସମିତି ସଭ୍ୟ ମମତା ମଲ୍ଲିକ , କରପଡା ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବଡଡୁମ୍ବୁଳା ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ନିକୁଞ୍ଜ ପାଣିଗ୍ରାହୀ , ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମେଶ ସେଠୀ , ଭ୍ରମରପୁର ସରପଞ୍ଚ ସୀତାରାମ ସେଠୀ , ସମିତି ସଭ୍ୟ ବାସୁଦେବ ସେଠୀ , ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ସାହୁ , ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଗନ୍ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । _ରିପୋର୍ଟ କିରଣ କୁମାର ବେହେରା