ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମର୍ଦ୍ଧରାଜ କଲ୍ୟାଣ ମଣ୍ଡପ ରେ ରବିବାର ଦିନ ଅନନ୍ୟ ଉତ୍କଳ ବହୁମୁଖୀ ସମାଜ ସଂସ୍କୃତି ପରିଷଦ ଓ ଭାରତ ନିୟୁଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଥିବା ବେଳେ ସନମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ମର୍ଦ୍ଧରାଜ ସାଂସ୍କୃତିକ ପରିଷଦ ର ଉପସଭାପତି ହରପ୍ରସାଦ ମହାପାତ୍ର, ଭାରତ ନିୟୁଜ ର ମୁଖ୍ୟ ବିଶ୍ୱ ରଞ୍ଜନ ରାଉତ, ଏଡିଟର ନିହାର କୁମାର ଜେନା, ଗଞ୍ଜାମ ବ୍ୟୁରୋ ସିପ୍ରା ପଟ୍ଟନାୟକ ଯୋଗ ଦେଇ ଓଡିଶା ର ଐତିହ, ସଂସ୍କୃତି, ଭାଷା ର ସୁରକ୍ଷା ତଥା ନିରପେକ୍ଷ ସାମ୍ବାଦିକତା ଓ ଗଣତନ୍ତ୍ରର ସୁରକ୍ଷା ଦିଗରେ ଅନନ୍ୟ ଉତ୍କଳ ବହୁମୁଖୀ ସମାଜ ସଂସ୍କୃତି ପରିଷଦ ଓ ଭାରତ ନିୟୁଜ ର ଅବଦାନ ଅତୁଳନୀୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ ! ଏହାପରେ କବି କବୟିତ୍ରୀ, ନୃତ୍ୟ, କାରୁକାଳ ଓ ସାମ୍ବାଦିକତା ରେ କୃତି ବ୍ୟକ୍ତି ଙ୍କୁ ପୁରସ୍କୃତ କରାଯାଇଥିଲା ! କବିତା ପଠନ, ନୃତ୍ୟ ପରିବେଷଣ, ପ୍ରୋଜେକ୍ଟର ମାଧ୍ୟମରେ ଓଡିଶା ର କଳା ସଂସ୍କୃତି କୁ ପରିବେଷଣ କରାଯାଇଥିଲା ! ଏହି ସଭାକୁ ସାଂସ୍କୃତିକ ପରିଷଦ ର ସଭାପତି ପ୍ରଭାତ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସମ୍ପାଦିକା ମିତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ!ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
