You are currently viewing ଖଲ୍ଲିକୋଟ ଓ କବିସୂର୍ଯ୍ୟ ନିର୍ବାଚନ ମଣ୍ଡଳୀ ର ଦୁଈ ବିଧାୟକଙ୍କ ମଧ୍ୟରୁ କାହାକୁ ମିଳିବ ମନ୍ତ୍ରୀ ପଦ ?????
ଖଲ୍ଲିକୋଟ ଓ କବିସୂର୍ଯ୍ୟ ନିର୍ବାଚନ ମଣ୍ଡଳୀ ର ଦୁଈ ବିଧାୟକଙ୍କ ମଧ୍ୟରୁ କାହାକୁ ମିଳିବ ମନ୍ତ୍ରୀ ପଦ ?????

ଖଲ୍ଲିକୋଟ ଓ କବିସୂର୍ଯ୍ୟ ନଗର ଦୁଈ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ରଶେଷପ୍ରାନ୍ତରେ ଖୋର୍ଦ୍ଧା, ନୟାଗଡ଼ ଓ ପୂରୀ ଜିଲ୍ଲାକୁଲାଗିରହିଛି,ଏହାପରେ ଆରମ୍ଭ ହେଉଛି ଏହିତିନିଗୋଟି ଜିଲ୍ଲା | ଏହି ଦୁଈ ନିର୍ବାଚନ ମଣ୍ଡଳୀର ଶେଷ ଭାଗରେ ପ୍ରାୟବହୁପଞ୍ଚାୟତଆଦିବାସୀଓହରିଜନ ବହୁଳଗ୍ରାମ ଅଟେ | ତେଣୁ ସେହି ଲୋକଙ୍କବିକାଶ କୁ ଦ୍ବିଗୁଣିତ କରିବାସକାଶେ ସେହିଲୋକ ମାନେ ଏହିଦୁଈ ବିଧାୟକ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିଥିଲେ | ବିଶେଷ କରି ଏହି ଦୁଈନିର୍ବାଚନମଣ୍ଡଳୀ ର ବିକାଶ ଦୀର୍ଘ25ବର୍ଷ ରାଜ୍ୟ ସରକାର ଙ୍କ ଶାସନ ମଧ୍ୟରେ କିଛିବିଆକ୍ଷିଦୃଷ୍ଟିଆ ଉର୍ନ୍ନତିକର କାର୍ଯ୍ୟକ୍ରମ ହୋଇ ପାରିନାହିଁ | ଦାଦନ ମାନଙ୍କ ନିମନ୍ତେ କିଛି କଳ କାରଖାନା ନାଁ ରାଜ୍ୟରେ ନିଯୁକ୍ତିର ସୁଯୋଗ କିଛିବିନାହିଁ, ତେବେଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀନାଁପ୍ରତାପଚନ୍ଦ୍ର ନାୟକଙ୍କୁ ମନ୍ତ୍ରୀ ପଦ ମିଳିବକି ବୋଲି ଜନସାଧରଣଙ୍କମନରେ ଅନେକ ଆଶା ଓ ବିଶ୍ୱାସ ଭରି ରହିଛି | କାରଣଗଞ୍ଜାମରେ 13ଗୋଟିବିଧାନସଭାଆସନରୁ ସର୍ବାଧିକ 11ଗୋଟି ଆସନ ବିଜେପିଜିତିଥିଲାବେଳେଗୋଟିଏରେବିଜେଡିରଶ୍ରୀଯୁକ୍ତନବୀନବାବୁ ଓଅନ୍ୟଟି ରେ କଂଗ୍ରେସ ଜିତିଅଛି | ଯଦି ଭୋଟ ହାର କୁ ଦେଖିବା ତେବେପ୍ରତାପଚନ୍ଦ୍ର ନାୟକ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡିର ଲତିକା ପ୍ରଧାନଙ୍କୁ ଜିଲ୍ଳାରେସର୍ବାଧିକ 30,173 ଖଣ୍ଡ ଭୋଟ ରେ ପରାଜୟ କରି ଜିଲ୍ଲା ରେ ପ୍ରଥମସ୍ଥାନରେଥିଲାବେଳେ ସୋରଡ଼ାରନୀଳବିଷୋୟୀ 28,224ଭୋଟ ବ୍ୟବଧାନ ରେ ଜିତି ଜିଲ୍ଲା ରେ 2ସ୍ଥାନ ଓ ତାପଛକୁ ଖଲ୍ଲିକୋଟ ର ପୂର୍ଣ୍ଣ ଚନ୍ଦ୍ର ସେଠୀ 23,057 ଭୋଟ ଆଗରେ ରହି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀବିଜେଡିର ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କୁ ପରାସ୍ତ କରି ଜିଲ୍ଲା ରେ 3ୟ ସ୍ଥାନରେ ରହିଛନ୍ତି | ତେଣୁ ବିଜେପି ସରକାର ଗଞ୍ଜାମରୁ 4ଜଣଙ୍କୁ ମନ୍ତ୍ରୀପଦ ଦେବବୋଲି ଆଶା ଓ ବିଶ୍ୱାସ ରହିଛି | ଯେହେତୁ ଓଡିଶା ମଧ୍ୟରେକେଉଁ ଜିଲ୍ଲାରେ ସର୍ବାଧିକଏତେଆସନରେ ବିଜେପି ବିଜୟ ହୋଇନାହିଁ | ବିଶେଷ କରି ସେତେବେଳେ ର ଗୋପାଳପୁର ବିଧ୍ୟାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ବ୍ରହ୍ମପୁର ରେ ଅନୁଷ୍ଠିତ ବିଜେପି ସଭାରେ ବିଜେଡିର ଲେଖା ଛିଡେଇଦବାଶବ୍ଦଟିଯୋଗୁଁ ଅତିଷ୍ଟ ଗଞ୍ଜାମ ବାସୀ ପୁରା ଲେଖାଛିଡେଇ ଦେଇ ବିଜେପି କୁ ସମର୍ଥନ କଲେ | ତେଣୁ ଏହି ଘଟଣାରେ ପ୍ରଦୀପ ପାଣିଗ୍ରାହୀ ଙ୍କ ସଂଯୋଜନା ଓ ଆତ୍ମ ବିଶ୍ୱାସ ଯୋଗୁଁ ଜିଲ୍ଲା ଆଜି ଏତେବଡ ବିଜୟ ହାସଲ କରିପାରିଛି | ଏବଂ ହାରୁ, ହାରୁ ମଧ୍ୟ ହିଞ୍ଜିଳି ରୁ ମୁଖ୍ୟମନ୍ତ୍ରୀ ମାତ୍ର4ହଜାର636ଖଣ୍ଡଭୋଟରେ ବିଜୟ ଲାଭ କରିଛନ୍ତି | ଏହି କାରଣ ରୁ ଗଞ୍ଜାମ ରୁ ଅଧିକ ମନ୍ତ୍ରୀପଦ ଦେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରୀୟ ନେତୃବୃନ୍ଦ ଙ୍କ ସହିତ ଆଗାମୀ ଓଡ଼ିଶାର ନବନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ଜନ ସାଧରଣ ଙ୍କ ଆଗାଢ଼ ଏବଂ ଅତୁଟବିଶ୍ୱାସ ରହିଛି | ସେ ମଧ୍ୟରୁ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର କୁ ବିଶେଷ ଧ୍ୟାନ ଦେଇ ମନ୍ତ୍ରୀପଦ ଦେଲେ ଏହି ଆଦିବାସୀ ହରିଜନ ଲୋକଙ୍କ ସହିତ ଅନ୍ୟ ଜାତିର ଲୋକଙ୍କ ବିକାଶରେସହାୟକ ହୋଇପାରିବବୋଲିଲୋକ ମାନେ ଆଶାବାଦୀ ରହିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ