ସୋରଡ଼ା ୨୯/୧୨/୨୦୨୫ (ଲିଟୁ କୁମାର ବିଷୋୟୀ )ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ର ସମ୍ମିଳନୀ କକ୍ଷ ରେ ନୂତନ ଭତ୍ତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ଟି ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଙ୍କ ତତ୍ୱାବଧାନ ରେ ଆୟୋଜନ କରାଯାଇଥିବା ବେଳେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନୂତନ ଭତ୍ତା

ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି ପରିଚାଳନା କରିଥିବା ବେଳେ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ବିଶ୍ଵାମିତ୍ରା ଦଳାଇ, ସରପଞ୍ଚ ଦେବରାଜ ମଳିକ, ରଶ୍ମିତା ଆଚାର୍ଯ୍ୟ, ବାବୁରାମ ମଳିକ ପ୍ରମୁଖ ମଞ୍ଚାସିନ ଥିଲେ | ୧୫୨ ଜଣ ହିତାଧିକାରୀମାନଙ୍କୁ ବିଧାୟକ ଭତ୍ତା ବଣ୍ଟନ କରିଛନ୍ତି | ହିତାଧିକାରୀ ମାନେ ଭତ୍ତା ପାଇ ଖୁସି ବ୍ୟକ୍ତ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସହ ସୋରଡ଼ା ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |

