You are currently viewing ସାନଖେମୁଣ୍ଡି ବିଜେପିର ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା
ସାନଖେମୁଣ୍ଡି ବିଜେପିର ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା

ସାନଖେମୁଣ୍ଡି ୧୩/୫()ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଜେପି ରାମଚନ୍ଦ୍ର ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଏବଂ ପଦଯାତ୍ରାଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦ୍ୟସ୍ୟ ତଥା ବିଧାୟକ ପ୍ରାଥୀ ଉତ୍ତମ କୁମାର ପାଣିଗ୍ରାହୀ ଓ ମଣ୍ଡଳ ସଭାପତି କେ ହେମଲତା ଦୋରା ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ପଳାସପୁର ଛକ ଠାରୁ ମହିଳା ସମାବେଶ ପାଟପୁର ଗାନ୍ଧୀ ଛକ ରେ ପହଞ୍ଚିବା ପରେ କଂଗ୍ରେସ ,ବିଜେଡି ର ବିରୋଧୀ ଦଳ ନେତା ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ବିଜେଡି ଏବଂ କଂଗ୍ରେସ ମହିଳା ସଂରକ୍ଷଣ କୁ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ। ସେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ସଚେତନ ହେବା ପାଇଁ ଆହ୍ୱାନ କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି କେ ,କେ ନାଗେଶ ଦୋରା,ମହିଳା ସଭାନେତ୍ରୀ,ମୀରାବାଈ ଦେଓ,ସୁକାନ୍ତ କୁମାର ଖୁଣ୍ଟିଆ ମଣ୍ଡଳ ଅଧିକାରୀ,ପ୍ରଶାନ୍ତ ସ୍ୱାଇଁ ,ବିଜୟ ପଣ୍ଡା ପୂର୍ବତନ ସମିତି ସଭ୍ୟ ରଶ୍ମିତା ସ୍ବାଇଁ ସୁଲତା,ରାଣୀ ପଣ୍ଡା,ଭାଗ୍ୟବାନ ଗୌଡ଼,ମନରଞ୍ଜ ସାହୁ,ମୁନା ପରିଡା,ପ୍ରମଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ବହୁ ସଂଖ୍ୟକ ମହିଳା କର୍ମୀ ଓ ସମର୍ଥକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଏବଂ ପଦଯାତ୍ରାରେ ସାମିଲ ହୋଇଥିଲେ।