You are currently viewing ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡ୍‌ଭୋକେଟ୍ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ।
ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡ୍‌ଭୋକେଟ୍ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ।

ଭୁବନେଶ୍ୱର , ୨୨/୦୭ -:- ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡ୍‌ଭୋକେଟ୍ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ଯ ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ଆଚାର୍ଯ୍ଯଙ୍କୁ ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଆଚାର୍ଯ୍ଯଙ୍କ ପରାମର୍ଶ ନ୍ୟାୟିକ କ୍ଷେତ୍ରରେ ରାଜ୍ୟର ସ୍ବାର୍ଥ ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସାକ୍ଷାତ ସମୟରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।