You are currently viewing ଖଲ୍ଲିକୋଟ ରେ ବିଜେପି ପାର୍ଥି ପୂର୍ଣ୍ଣ ଙ୍କୁ ବିପୁଳ ସ୍ୱାଗତ
ଖଲ୍ଲିକୋଟ ରେ ବିଜେପି ପାର୍ଥି ପୂର୍ଣ୍ଣ ଙ୍କୁ ବିପୁଳ ସ୍ୱାଗତ

ଖଲ୍ଲିକୋଟ : 3/4 ଗତ ଦଶ ଦିନ ତଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡି ପଦ୍ମ ଧରିବା ପରେ ବିଜେପି ତାଙ୍କୁ ଖଲ୍ଲିକୋଟ ବିଧାନସଭା ସଂରକ୍ଷିତ ଆସନ ପାଇଁ ଟିକେଟ ଦେବା ପରେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ମହଲ ରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି |ବୁଧବାର ଦିନ ଖଲ୍ଲିକୋଟ ବିଜେପି ତରଫରୁ ବିଧାୟକ ପାର୍ଥି ଶ୍ରୀ ସେଠୀ ଙ୍କୁ ଖଲ୍ଲିକୋଟ ଠାରେ ସ୍ୱାଗତ କରିଥିବା ଜଣାପଡିଛି |ସ୍ଥାନୀୟ ମର୍ଦରାଜ ଶିଶୁ ଉଦ୍ୟାନ ଠାରୁ ଏକ ବିରାଟ ପଟୁଆର ରେ ପାଛୋଟି ନେଇଥିଲେ |ସ୍ୱାଗତ ପଟୁଆର ଖଲ୍ଲିକୋଟ ସହର ପରିକ୍ରମା କରିବା ପରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ଓ ମା ବ|ହୁତୀ ଠାକୁରାଣୀ ଙ୍କ ଦର୍ଶନ କରିଥିଲେ |ଉକ୍ତ ସ୍ୱାଗତ ପଟୁଆର ରେ ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ନିର୍ବାଚନ ମଣ୍ଡଳୀ ସଂଯୋଜକ ଯଜ୍ଞ ନାରୟଣ ଦାଶ, ବିଜେପି ନଗର ସଭାପତି ଓ ପ୍ରାକ୍ତନ ନଗରପାଳ ଶଙ୍କର ପ୍ରସାଦ ନାହାକ, ରମେଶ ପରିଡା, ପଦ୍ମ ସାହୁ, ରବୀନ୍ଦ୍ର ନାୟକ, ସୁଦାମ ନାୟକ, ପ୍ରଫୁଲ୍ଲ ବେହେରା ପ୍ରମୁଖ ବିଜେପି ନେତା ଓ କର୍ମୀ ମାନେ ବିଜେପି ପାର୍ଥି ଙ୍କୁ ପୁଷ୍ପ ବୃଷ୍ଟି କରି ସ୍ୱାଗତ କରିଥିଲେ |

ଗଣମାଧ୍ୟମ କୁ ସୂଚନା ଦେଇ ବିଜେପି ଚଳିତ ନିର୍ବଚନ ରେ ତାଙ୍କୁ ଟିକେଟ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ନଡ୍ଡା ରାଜ୍ୟ ବିଜେପି ସଭାପତି କୁ କୃତଜ୍ଞତା ଜଣାଇଥିଲେ |

(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )