ଖଲ୍ଲିକୋଟ ; 12/11 ଗତ କିଛି ବର୍ଷ ଧରି ଖୋଦ ଖଣି ମନ୍ତ୍ରୀ ଙ୍କ ଜିଲ୍ଲା ରେ ଖଣି ମାଫିଆ ମାନେ ପୂର୍ବ ସରକାର ଅମଳରୁ କୋଟି କୋଟି ଟଙ୍କା ର ମୂଲ୍ୟବାନ ଖଣିଜ ସମ୍ପଦ ଲୁଟ ହେଉଥିବା ନେଇ ପରିବେଶବିତ୍ତ ମାନଙ୍କ ମହଲରେ ଉଦବେଗ ପ୍ରକାଶ କରିଛନ୍ତି |ସର୍ବୋପରି ଖଲ୍ଲିକୋଟ ତହସିଲ ଅଧୀନରେ ଜନ ବସତି ଅଞ୍ଚଳ ରେ ଥିବା ଘଞ୍ଚ ଜଙ୍ଗଲ ରୁ ଦୈନିକ ହାଇୱା ଯୋଗେ ମୋରମ, ଗ୍ରାନାଇଟ ପଥର ଲୁଟି ନେଉଥିବା ଅଭିଯୋଗ ହୋଇଛି |ତେବେ ସବୁ ଜାଣି ଶୁଣି ଖଣି ଓ ରାଜସ୍ବ ବିଭାଗ ର ବାବୁ ମାନେ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି |ତେବେ ଖଲ୍ଲିକୋଟ ତହସିଲ ଅଧୀନ ରେ ବହୁ ବେଆଇନ ଗ୍ରାନାଇଟ ଓ ମୋରମ ଖାଦାନ ଖୋଳି ଜଙ୍ଗଲ ସଫା କଲେଣି |

ଜଙ୍ଗଲ ବିଭାଗ ଓ ଖଣି ଓ ରାଜସ୍ବ ବିଭାଗ ହସ୍ତକ୍ଷେପ କରୁନାହିଁ |ସବୁଠାରୁ ଉଦବେଗ ର ବିଷୟ ଖଲ୍ଲିକୋଟ ଓ ଗଞ୍ଜାମ ତହସିଲ ସୀମା ରେ ଥିବା ଏକ କ୍ରସର କୁ ସରକାରଙ୍କ ମନେରେଗା ଯୋଜନା ଅଧୀନ ରେ 2022 -23 ଆର୍ଥିକ ବର୍ଷ ରେ ମାଟି ରାସ୍ତା ନିର୍ମାଣ ପାଇଁ 8 ଲକ୍ଷ ଟଙ୍କା କୋମଣ୍ଡ ପଂଚାୟତ ଖର୍ଚ୍ଚ କରିଛି | ଏଠାରେ କୌଣସି ଜନ ବସତି ନଥିବା ବେଳେ ପ୍ଲଟ ନମ୍ବର 1195 ଓ ଖାତା ନମ୍ବର 969 ରେ ପ୍ରାୟ 400ମିଟର ରାସ୍ତା ନିର୍ମାଣ କରାଯାଇଛି |ତେବେ ଖଲ୍ଲିକୋଟ ବ୍ଲକ କାହା ସ୍ୱାର୍ଥ ରେ ଓ କାହା ଚାପ ରେ ଏହି ରାସ୍ତା ନିର୍ମାଣ କଲା ତାହା ସାଧାରଣ ରେ ଆଲୋଚନା ଜୋର ଧରିଛି |

ମନେରେଗା ଯୋଜନା ନିର୍ମାଣ ହୋଇଥିବା ରାସ୍ତା ଉତ୍ତରାଣୀ ଶଙ୍ଖ ଠାରୁ କୁଶପଲ୍ଲୀ ଢ଼ିପ ପର୍ଯ୍ୟନ୍ତ ନାମ ଫଳକ ରେ ଦର୍ଶା ଯାଇଛି | ଖଲ୍ଲିକୋଟ ତହସିଲ କେଶପୁର ଓଡ଼ିଆରପି କଲୋନୀ ନିକଟରେ ଥିବା ପାହାଡ଼ରୁ ମୋରମ ଉଠାଣ ଚାଲିଥିବା ବେଳେ ଝୋଳ୍ୟାମଳ ଓ ହରିପୁର ରାଇ ସିଂହା ପାହାଡ଼ ଓ କଞ୍ଚଣା ପଂଚାୟତ ର ଘଡକା ଘାଇ ପାଖରେ ଥିବା ପାହାଡ଼ କଳା ପଥର ଖୋଳା ଚାଲି ଥିବା ବେଳେ ପୁସ୍ତପୁର ଗଣ୍ଡ ଘୋଷଡା ପାହାଡ଼ ରୁ ଗ୍ରାନାଇଟ ପଥର ଖଣି ଶେଷ କରିବା ଫଳରେ ଜଙ୍ଗଲ ଟି ନିର୍ଜୀଵ ଅବସ୍ଥା ରେ ପଡ଼ି ରହିଛି |ତେଣୁ ଏହି ସବୁ ମୂଲ୍ୟବାନ ଖଣିଜ ସମ୍ପଦ ଲୁଟ କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ଖଣି ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୋମଣ୍ଡ ପଂଚାୟତ ରେ ଜନଶୂନ୍ୟ ଇଲାକା ରେ ନିର୍ମାଣ କରାଯାଇଥିବା ମନେରେଗା ରାସ୍ତା ର ସମସ୍ଥ କାଗଜପତ୍ର ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ ପାଇଁ ଦାବି ହୋଇଛି |ତେବେ ମନେରେଗା ରାସ୍ତା ନିର୍ମାଣ ସମ୍ପର୍କ ରେ ଖଲ୍ଲିକୋଟ ବ୍ଲକ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି | ଏହି ରାସ୍ତା ନିର୍ମାଣ ସମ୍ପର୍କରେ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ ଙ୍କ ଯୋଗା ଯୋଗ କରିବାରେ ଏହା କୋମଣ୍ଡ ପଂଚାୟତ ବାସି ଙ୍କ ଚାଷ ଜମି କୁ ଯିବା ପାଇଁ ଗ୍ରାମ ସଭା ଓ ପଲ୍ଲୀ ସଭା ର ଅନୁମୋଦନ କ୍ରମେ ନିର୍ମାଣ ହୋଇଥିବା ପ୍ରକାଶ କଡ଼ିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
