କଟକ ସଦର କିଶୋରନଗର ପଂଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମରେ ରବିବାର ତା 24/12/23 ରେ ବି. ଜେ. ପି ଜାତୀୟ ଦଳର ବ୍ୟାନର ଲଗାଯାଇ ଅନୁଷ୍ଠିତ ହୋଇଯାଇଥିବା ମିଶ୍ରଣ ପର୍ବରେ ସାଧାରଣ ଜନତାଙ୍କ ଅସଂତୃଷ୍ଟତା ଦେଖାଦେଇଛି,ଆଞ୍ଚଳିର କିଛି କର୍ମୀ ସଭାର ପୂର୍ବରୁ ଏହାକୁ କେନ୍ଦ୍ର ସରକାରଙ୍କର ବିଶ୍ୱକର୍ମା ଯୋଜନା ସମ୍ବଧୀୟ ସଭାବୋଲି କହି ସାଧାରଣ ଲୋକଙ୍କୁ ନିମତ୍ରଣ କରିଥିଲେ ଯାହାଫଳରେ ଦଳମତ ନିର୍ବିଶେଷରେ ସାଧାରଣ ଲୋକ ଉକ୍ତ ବୈଠକରେ କେନ୍ଦ୍ର ସରକାରଙ୍କର ଉକ୍ତ ଯୋଜନା ସମ୍ବଦ୍ଧିୟ ତଥ୍ୟ ହାସଲ କରିବାପାଇଁ ସଭାରେ ଉପସ୍ଥିତ ହେଲାବେଳେ ସଭାର ଚିତ୍ରପଟ ସମ୍ପୂର୍ଣ୍ଣ ଭିନ୍ନ ଥିଲା, ସଭାମାଞ୍ଚରେ ଲାଗିଥିବା ବ୍ୟାନର ଦେଖି ସାଧାରଣ ଲୋକେ ତାଯୁବ ହୋଇଯାଇଥିଲେ, ଉକ୍ତ ବ୍ୟାନର କୌଣସି ଠାରେ ବିଶ୍ୱକର୍ମା ଯୋଜନା ସମ୍ବଦ୍ଧିୟ ଉଦିଷ୍ଟ ନଥିବାବେଳେ ଏହା ଏକ ମିଶ୍ରଣ ପର୍ବ ବୋଲି ଉକ୍ତ ବ୍ୟାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା
ସେପଟ କଟକ ସଦର ବିଜେପି ଯୁବନେତା ଇଁ ପ୍ରକାଶ ଚନ୍ଦ୍ର ସେଠିଙ୍କ ତତ୍ୱାବଧାନ ରେ କଟକ ସଦର ୫ ନଂ ଜୋନ୍ କନ୍ଦରପୁର ଠାରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା କର୍ମଶାଳା ଆୟୋଜିତ ହୋଇଥିବା ଦେଖାଯାଇଛି କନ୍ଦରପୁରରେ ଆୟୋଜିତ ଉକ୍ତ ବୈଠକରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିବା ବେଳେ ଉକ୍ତ ବୈଠକରେ ବ୍ୟବହାର କରାଯଇଥିବା ବ୍ୟାନରେ ଏହା କେନ୍ଦ୍ର ସରକାରଙ୍କର ବିଶ୍ଵକର୍ମା ଯୋଜନା ସମ୍ବଦ୍ଧିୟ ବୋଲି ସ୍ପଷ୍ଟ ଭାବେ ଦର୍ଶାଇ ଦିଆଯାଇଥିଲା ଉକ୍ତ ଦୁଇ ବୈଠକରେ ବ୍ୟବହୃତ ବ୍ୟାନକୁ ନେଇ ସାଧାରଣରେ ବହୁ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି, କିଶୋରନଗରେ ଆୟୋଜିତ ବୈଠକ ସତରେ ମିଶ୍ରଣ ପର୍ବ ନା କେନ୍ଦ୍ର ସରକାରଙ୍କର ବିଶ୍ଵକର୍ମା ଯୋଜନାର ପ୍ରଚାର କାର୍ଯ୍ୟକ୍ରମ ଏହା ସଠିକ ଭାବେ ବୁଝି ହେଉନି, ଯଦି ଏହା ଉକ୍ତ ଦଳର ମିଶ୍ରଣ ପର୍ବ ତେବେ ସେହିଦଳରେ ସକ୍ରିୟ ଭାବେ କାର୍ଯ୍ୟକରୁଥିବା କିଛି ନିଦିଷ୍ଟ ପୁରୁଣା ଓ ନୂଆ ଆଗଧାଡିର କର୍ମିଙ୍କୁ କାହିଁକି ଆୟୋଜକମାନେ ଭୁଲିଗଲେ ଅପରପକ୍ଷରେ ଯଦିଏହା କେନ୍ଦ୍ରସରକାରଙ୍କର ବିଶ୍ଵକର୍ମା ଯୋଜନା ସମ୍ବଦ୍ଧିୟ ସଭା ଥିଲା ତେବେ ସଭାମଞ୍ଚରେ ବ୍ୟବହୃତ ବ୍ୟାନରେ କଣପାଇଁ ଏହା ସ୍ପଷ୍ଟ ଭାବେ ଉଲ୍ଲେଖନକରା ଗଲାନାହିଁ କହିଁକି କେବଳ ମିଶ୍ରଣ ପର୍ବ ବୋଲି ଉଲ୍ଲେଖ ହୋଇଥିଲା

ରିପୋର୍ଟ,ସତ୍ୟରଞ୍ଜନ ବାରିକ
