You are currently viewing ଭୁତ ସରସିଙ୍ଗି ପଞ୍ଚାୟତ ର କଇଠଡା ଗ୍ରାମରେ କବିସୂର୍ଯ୍ୟନଗର ବିଧାୟକ ଙ୍କ ବୈଠକ
ଭୁତ ସରସିଙ୍ଗି ପଞ୍ଚାୟତ ର କଇଠଡା ଗ୍ରାମରେ କବିସୂର୍ଯ୍ୟନଗର ବିଧାୟକ ଙ୍କ ବୈଠକ

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତ ର କଇଠଡା ଗ୍ରାମରେ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ତଥା ପୁରୁଷୋତ୍ତମପୁର ବ୍ଲକର 11ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ମାନଙ୍କୁ ନେଇ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏକ ବୈଠକ ର ଆୟୋଜନ କରିଥିଲେ | ଏହି ବୈଠକ ସ୍ଥାନୀୟ ସରପଞ୍ଚ ମନୋଜ ଦାଶ ଙ୍କ ସଂଯୋଜନା ରେ ଆୟୋଜିତ ହୋଈ ଥିଲା | ଏହି ବୈଠକ ର ମୂଳ ଲକ୍ଷ ଥିଲା କି ପ୍ରତେକ ପଞ୍ଚାୟତ ର ବିକାଶ , ଏବଂ ଲୋକଙ୍କ ମୌଳିକ ସମସ୍ୟା କୁ ଗୁରୁତ୍ୱ ଦେଈ ତାର ନିରାକରଣ କରିବା | ଯାହା ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ବାର୍ତ୍ତା ଦେଇଛନ୍ତି ତାକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରା ଞ୍ଚଳ ସବୁଠାରେ ତାକୁ କାର୍ଯ୍ୟ କାରି କରିବାକୁ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ନେତା, କର୍ମୀ ମାନଙ୍କୁ ଉପଦେଶ ଦେଇଥିଲେ | ଏହାସହ ପୁର୍ବ ବିଜେଡି ସରକାର ଙ୍କ ଅମଳରେ ହୋଈ ଥିବା ଦୁର୍ନୀତି କୁ ବାହାର କରି ତାହାକୁ କୋକଲୋଚନ କୁ ଆଣିବାକୁ ବିଧାୟକ ସମସ୍ତଙ୍କୁ କହିଥିଲେ |

ଏଠାରେ କିଏ ବଡ ନୁହଁକେବଳପ୍ରଧାନମନ୍ତ୍ରୀ, ଓ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ କୁ ଆମେ ସମସ୍ତେ ସମ୍ମାନ ଜଣାଇ ପାଳନ କରିବା ଏବଂ ତାହା ଲୋକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ କାମ କରିବା ବୋଲି ବୁଝାଇ ଥିଲେ | ଯେଉଁ ଲୋକମାନେ ବିଜେଡି ଠାରୁ ମୁହଁ ଫେରାଇ ସେମାନଂକୁ ନିର୍ବାଚନ ରେ ଭୋଟ ଦେଈ ଜିତାଇଛନ୍ତି, ସେମାନଙ୍କ ପ୍ରତେକ ଅସୁବିଧା ଓ ଦୁଃଖରେ ଆମେ ସମସ୍ତେ ତାଙ୍କ ପାଖକୁ ଯାଇ ସେମାନଙ୍କ ଅସୁବିଧା କୁ କିପରି ଦୂରକରି ପାରିବା ତାଉପରେ କାର୍ଯ୍ୟ କରିବାକୁ ସେଆହ୍ୱାନ ଦେଉଥିଲେ | ତେବେ ଯାଇ ଲୋକଙ୍କ ସେମାନଙ୍କ ଉପରେ ଆସ୍ତା ଓ ବିଶ୍ୱାସ ରହିବ ବୋଲି କହିଥିଲେ |

ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବ ବିଜେପି ନେତା ସୀତାରାମ ପାଣିଗ୍ରାହୀ , ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପାଣ୍ଡିଆ ବିଜେପିଉ ମଣ୍ଡକ ସଭାପତି ଶ୍ରୀକାନ୍ତ ପଣ୍ଡା, ପବିତ୍ର ସାବତ, ସନ୍ତୋଷ ସେଠୀ, ହରପ୍ରଶାଦ ମିଶ୍ର,କିଶୋର ପରିଡା, ପଦ୍ମ ଚରଣ ନାୟକ, ଙ୍କ ସହିତ ଅନେକ ନେତା, କର୍ମୀ ଯୋଗ ଦେଇଥିଲେ |