You are currently viewing କଂଗ୍ରେସ ଓ ବାମପନ୍ଥୀ ଦଳ ମାନଙ୍କ ତରଫରୁ ମୁନିଗୁଡ଼ାରେ ବନ୍ଦ ପାଳନ।
କଂଗ୍ରେସ ଓ ବାମପନ୍ଥୀ ଦଳ ମାନଙ୍କ ତରଫରୁ ମୁନିଗୁଡ଼ାରେ ବନ୍ଦ ପାଳନ।

ମୁନିଗୁଡ଼ା:ତା୮- ୧୦ ରାଜ୍ୟ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ଵାନ ଏବଂ ବାମପନ୍ଥୀ ଦଳ ମାନଙ୍କ ମିଳିତ ସହଯୋଗରେ ଆଜି ସମଗ୍ର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।ଫଳରେ ରାୟଗଡା ଜିଲ୍ଲା ମୁନିଗୁଡାରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ବ ଏବଂ ସାଂସଦ ପ୍ରତିନିଧି ରଜନୀକାନ୍ତ ପୋଡାଳ ଏବଂ ବିଧାୟକ ପ୍ରତିନିଧି ମାନସ କୁମାର ବେହେରାଙ୍କ ମିଳିତ ପ୍ରୟାସରେ ଆଜି ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିବା ଦେଖା ଯାଇଥିଲା।ଏହି ବନ୍ଦ ପାଳନରେ ବାମପନ୍ଥୀ ଦଳ ଏବଂ ସେମାନଙ୍କ ସହଯୋଗୀ ଅନୁଷ୍ଠାନ ଗୁଡ଼ିକ ସମର୍ଥନ ଜଣାଇବା ସହ ଭାଗ ନେଇଥିଲେ।ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା।ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଭାର ପ୍ରତିକ୍ରିୟାରେ କହିଥିଲେ ରାଜ୍ୟର ଆର୍ଥିକ ଅଧିକାର,ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ,ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ନେଇ ହେଉଥିବା ଆକ୍ରମଣ ଏବଂ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ହିନତାକୁ ନେଇ ଏହି ବନ୍ଦ ପାଳନ କରାଯାଉଛି।ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ଏମଏମଡିଆର ସଂଶୋଧନ ଆଇନ ୨୦୨୬ ପ୍ରତ୍ୟାହାର,
ଏସଆଇଆର ନାଁ ରେ ୧୩କୋଟି ଭୋଟ କାଟିବା ଏବଂ ଭୋଟ ହେରାଫେରିକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କୁ ବରଖାସ୍ତ କରିବା,ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଗୁରୁତର ବିଫଳତା ପାଇଁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତପା ଦାବୀ କଂଗ୍ରେସ ଓ ସହଯୋଗୀ ବାମପନ୍ଥୀ ଦଳ ମାନଙ୍କ ତରଫରୁ କରା ଯାଇଥିଲା।ଆଜି ଉଭୟ କଂଗ୍ରେସ ଓ ବାମପନ୍ଥୀ କର୍ମୀମାନେ ମୁନିଗୁଡ଼ା ବ୍ଲକର
ମୁନିଗୁଡା ଓ ଅମ୍ବାଦଳା ଠାରେ ବନ୍ଦ ପାଳନ କରିଥିବା ବେଳେ ମୁନିଗୁଡାରୁ କଳାହାଣ୍ଡି, କନ୍ଧମାଳ,ଗଜପତି ଓ ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ l ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ଅଟକି ରହିଥିଲା ଏବଂ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। ଏଥିସହ କେବଳ ଜରୁରୀ କାଳୀନ ଓ ମେଡିକାଲ ସେବାକୁ ଛାଡି ଦେଲେ ସମସ୍ତ ଦୋକାନ ବଜାର,ବ୍ୟାଙ୍କ,ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିବା ଦେଖାଯାଇଥିଲା। ଉକ୍ତ ବନ୍ଦ ପାଳନ ବେଳେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧଵ ହିକକା ମୁନିଗୁଡା ଓ ଅମ୍ବାଦଳା ଗସ୍ତ କରି ବନ୍ଦରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସର ସମ୍ପାଦକ କୁନେନ୍ଦ୍ର ଜାଲିକା,ଜିଲ୍ଲା ସମ୍ପାଦକ ସୁବାସ ସାରକ, ଏଆଇକେଏମଏସର ଏରିଆ କମିଟିର ସାଧାରଣ ସମ୍ପାଦକ ରବି କୁମୁରୁକା,ନରେଶ ସୁନା,
କଂଗ୍ରେସ ନେତା ଅନଙ୍ଗ ନାଗ,
ମୁନିଗୁଡ଼ା ସରପଞ୍ଚ ସରସ୍ବତୀ ଶବର,ଯୁବ ନେତା ବାଦଲ ବେହେରା,ବିରଞ୍ଚି ପଲକିଆ,ଲାଡି ଗୌରୀ,ରାକେଶ ବେହେରା ପ୍ରମୁଖଙ୍କ ସମେତ ମୁନିଗୁଡା ଓ ଅମ୍ବାଦଳାର ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମୁନିଗୁଡା ଅଞ୍ଚଳରେ ବନ୍ଦକୁ ସଫଳ କରିଥିଲେ l