ଧରାକୋଟ,7/5/24
ଧରାକୋଟ ବ୍ଲକ ଅନ୍ତର୍ଗତ ବାହାର ପୁର ଗ୍ରାମର କଂଗ୍ରେସ ଦଳର ସଂଖ୍ୟାଧିକ ସମର୍ଥକ ସାନଖେମୁଣ୍ଡୀ ବିଧାନ ସଭା ଆସନ ର ବି ଜେ ଡି ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ରେ ଯୋଗଦାନ କରିଛନ୍ତି । ବି ଜେ ଡି ର ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିବା ପାଇଁ କଂଗ୍ରେସ ଦଳ ତ୍ୟାଗ କରି ବାବୁଲା ସ୍ୱାଇଁ,ଜିଲୁ ମୁନି,ଅରୁଣ ମୁନି, ତୁଫାନ ଭୂୟାଁ,ଗଗନ ଗୌଡ଼, ପ୍ରଦ୍ୟୁମ୍ନ ବେହେରା,କଂଗ୍ରେସ ମୁନି,ବଳରାମ ସ୍ୱାଇଁ, ଟିକିରି ସେଠୀଙ୍କ ସମେତ ଅନେକ ସମର୍ଥକ ବି ଜେ ଡି ରେ ସାମିଲ ହେବା ପରେ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ନନ୍ଦିନୀ ଦେବୀ ଉତ୍ତରୀୟ ଦେଇ ସେମାନଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଆଗାମୀ ଦିନରେ ସାନ ଖେମୁଣ୍ଡୀ ଆସନରେ ଦଳ ଆହୁରି ସୁଦୃଢ଼ ହେବାସହ ଆଗକୁ ବଢିବ ବୋଲି ଘୋଷଣା କରାଯାଇଛି ।

