ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର କେ. ବରିଡା ପଂଚାୟତର ୨ ନମ୍ବର ୱାର୍ଡରେ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଲିଲି ପ୍ରଧାନ ୪୧ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ଏଥିପାଇଁ ଆଜି ସେ ନିଜ ଓ୍ବାର୍ଡରେ ବିଜୟ ଉତ୍ସବ ପାଳନ କରିବା ସହ ଓ୍ବାର୍ଡ ବାସୀଙ୍କ ଆଶୀର୍ବାଦ ନେଇଛନ୍ତି। ଏଥି ସହିତ ମଠ ବରିଡା ଜାଡି ବଲ୍ଲଭୀ ଠାକୁରାଣୀ ଓ କେ ବରିଡ଼ା ଜଗନ୍ନାଥ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ତାଙ୍କର ବିଜୟ ପାଇଁ ସେ ଓ୍ବାର୍ଡ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜି ଏନେଇ ଏକ କାର୍ଯ୍ୟକ୍ରମରେ କେ ବରିଡ଼ା ସରପଞ୍ଚ ପୂଜା ପ୍ରଧାନ, କୋଦଳା ଏନଏସି ର ପୂର୍ବତନ ଉପାଧ୍ୟକ୍ଷା ସୁନିତା ପ୍ରଭା ସାହୁ, କେ ବରିଡ଼ା ସମିତି ସଭ୍ୟା ପୁଷ୍ପାଞ୍ଜଳି ଗୌଡ଼, ବହୁ ଓ୍ବାର୍ଡ ସଭ୍ୟ ଓ ସମର୍ଥକଙ୍କ ଉପସ୍ଥିତରେ ଏହି ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କେ ବରିଡ଼ା ୨ ନମ୍ବର ଓ୍ବାର୍ଡରେ ଉପନିର୍ବାଚନ ହୋଇଥିବା ବେଳେ ଗତ ଗୁରୁବାର ଫଳାଫଳ ଘୋଷଣା କରାଯାଇଥିଲା। ଯେଉଁଥିରେ ଲିଲି ପ୍ରଧାନ ୪୧ ଖଣ୍ଡ ଭୋଟ ଅଧିକ ପାଇ ତାଙ୍କର ପ୍ରତିଦ୍ୱନ୍ଦି ରଶ୍ମିତା ପ୍ରଧାନଙ୍କୁ ପରାସ୍ତ କରିଥିଲେ।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
