ସାନଖେମୁଣ୍ଡି ୨୩/୧୦ : ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳ ଏକଦା ସିପିଆଇର
ଅଭେଦ୍ୟ ଦୁର୍ଗ ଭାବେ ପରିଚିତି ଲାଭ କରିଥିଲା। ବିଶେଷ କରି କୃଷି ଓ କୃଷକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ଚାଷୀ ଆନ୍ଦୋଳନ ଓ ସ୍ଥାନୀୟ ଜନ ସମସ୍ୟା ସମାଧାନ ନିମିତ୍ତ ଏହି ଅଞ୍ଚଳର କମ୍ୟୁନିଷ୍ଟ କର୍ମୀ ଓ ନେତା ମାନଙ୍କ ଲଗାତର ସଂଗ୍ରାମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ବିଭିନ୍ନ ସମୟରେ ଏଠାରୁ ବିଧାୟକ ବ୍ଲକ୍ ଅଧ୍ୟକ୍ଷ ଓ ସରପଞ୍ଚ ସମିତିସଭ୍ୟ ମଧ୍ୟ ନିର୍ବାଚିତ ହେଉଥିଲେ। ହେଲେ ସମ୍ପ୍ରତି ସିପିଆଇର ସଂଗଠନ ଦୂର୍ବଳ ସ୍ଥିତିରେ ଅଛି।

ସିପିଆଇରୁ ବିଭିନ୍ନ ଦଳକୁ କର୍ମୀ ଓ ନେତା ମାନେ ଦଳ ପରିବର୍ତ୍ତନ କରିଛନ୍ତି । ତେବେ ଆଜି ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି। କୌଣସି ରାଜନୈତିକ ଦଳର ବ୍ୟାନର କିମ୍ବା ପତାକା ନ ଥାଇ ବିଭିନ୍ନ ଦଳରେ ଥିବା ପୁରୁଣା ସିପିଆଇ ନେତା ଓ କର୍ମୀ ଓ ଦଳରେ ଥିବା କର୍ମୀ ମାନେ ବନ୍ଧୁ ମିଳନ ନାମରେ ମେଳି ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଖଲିଙ୍ଗି ସ୍ଥିତ ସହିଦ୍ ଭଗତ ସିଂ ଯୁବସଂଘ ପାଠାଗାର ପରିସରରେ ବରିଷ୍ଠ କୃଷକ ନେତା ଶମ୍ଭୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ୍ଧୁମିଳନ ସମାବେଶରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ଵାଇଁ ପ୍ରାକ୍ତନ ପ୍ରଧାନଶିକ୍ଷକ ତ୍ରିନାଥ ମହାନ୍ତି ସ୍ଵର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ୱାଇଁଙ୍କ ପୁତ୍ର ଲିଙ୍ଗରାଜ ସ୍ବାଇଁ ବରିଷ୍ଠ ନେତା ବୃନ୍ଦାବନ ପଣ୍ଡା ଅନନ୍ତ ମହାଙ୍କୁଡ ମୁରଲୀ ପ୍ରଧାନ ଭଗବାନ ରାଉତ ସିପିଆଇ ଜୋନ ସମ୍ପାଦକ କୈଳାସ ପାତ୍ର ନିତ୍ୟାନନ୍ଦ ପ୍ରଧାନ ବିନାୟକ ଦାଶ ଅଶୋକ ଜେନା ଜଗନ୍ନାଥ ପ୍ରଧାନ ମୁରଲୀଧର ସାହୁ ପ୍ରାକ୍ତନ ସିପିଆଇ ନେତା ଅମିନ ପ୍ରଧାନ ଟୁକୁନା ପାତ୍ର ଜଗନ୍ନାଥ ପଣ୍ଡା ଅଭିମନ୍ୟୁ ପ୍ରଧାନ ରଞ୍ଜନ ପାତ୍ର ବିଜୟ ପାତ୍ର ବସନ୍ତ ସ୍ବାଇଁ ନରେନ୍ଦ୍ର ରେଡ଼ି ପ୍ରେମାନନ୍ଦ ନାୟକ ଦେବେନ୍ଦ୍ର ସୁଆଁଶିଆ ଗୋଲା ସ୍ବାଇଁ ଏ କୈଳାସ ପାତ୍ର ଦୈତାରୀ ରେଡିଙ୍କ ସମେତ ଶତାଧିକ ପୁରୁଣା ସିପିଆଇ ନେତା ଓ କର୍ମୀ ଯୋଗଦେଇ ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳର ସାମାଜିକ ରାଜନୈତିକ ପ୍ରଶାସନିକ ସ୍ଥିତି କୃଷି ଜଳସେଚନ ଚାଷି ସମସ୍ୟା ଓ ଅଞ୍ଚଳବାସୀଙ୍କ ନଗଦ ସମସ୍ୟା ସମାଧାନ ନିମିତ୍ତ ବିଭିନ୍ନ ପ୍ରସ୍ତାବ ଆଗତ କରିବା ସହ କାର୍ଯ୍ୟକାରିତା ପାଇଁ ନିର୍ଦ୍ଧାରଣ କରିଥିଲେ। ସାନଖେମୁଣ୍ଡି କ୍ରିୟାନୁଷ୍ଠାନ କମିଟି ଗଠନ ସହ ୧୧ ଜଣିଆ କୋର୍ କମିଟି ଗଠନ କରାଯାଇଥିଲା ।

