You are currently viewing ଶଙ୍ଖ ଛାଡି ପଦ୍ମ ଧରିଲେ ବିଧାୟିକା ଙ୍କ ପଂଚାୟତ ର ସମିତି ସଭ୍ୟ ସହ ଶତାଧିକ କର୍ମୀ
ଶଙ୍ଖ ଛାଡି ପଦ୍ମ ଧରିଲେ ବିଧାୟିକା ଙ୍କ ପଂଚାୟତ ର ସମିତି ସଭ୍ୟ ସହ ଶତାଧିକ କର୍ମୀ

ଖଲ୍ଲିକୋଟ :3/5 ଶୁକ୍ରବାର ଦିନ ଖଲ୍ଲିକୋଟ ରେ ବିଜେପି ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ବାସ ଭବନ ପରିସର ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଧାୟିକାଙ୍କ ପଂଚାୟତ କେଶପୁର ପଂଚାୟତ ର ସମିତି ସଭ୍ୟ ଉଲ୍ଲାସ ପରିଡା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଶଙ୍ଖ ଛାଡି ପଦ୍ମ ଧରିଥିବା ଦେଖିବାକୁ ମିଳିଛି | ସମିତି ସଭ୍ୟ ଶ୍ରୀ ପରିଡା ବିଜେପି ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇ କେଶପୁର ପଂଚାୟତ ର ଉତ୍କଟ ପାନୀୟ ଜଳ ସଙ୍କଟ ରେ ସମ୍ମୁଖୀନ ହେବା ସହ ଗମନା ଗମନ ଓ ର|ସନ କାର୍ଡ ଭତ୍ତା ରୁ ଲୋକ ମାନେ ବଂଚିତ ହେଉଛନ୍ତି |ତେଣୁ ସମର୍ଥକ ଓ ଗ୍ରାମବାସୀ ଙ୍କ ମତାମତ ନେଇ ବିଜେପି ରେ ଯୋଗ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ |

ସେହିପରି ଖଲ୍ଲିକୋଟ ଏନ ଏ ସି ର ଯୁବ ବିଜେଡି ନେତା ପ୍ରଦୀପ୍ତ କୁମାର ପଟନାୟକ ଙ୍କ ନେତୃତ୍ୱ ରେ ଏନ ଏ ସି ର ଶତାଧିକ ଯୁବ ବିଜେଡି କର୍ମୀ ଶଙ୍ଖ ଛାଡି ପଦ୍ମ ଧରିଥିଲେ ଓ ଗଣମାଧ୍ୟମ କୁ ସୂଚନା ଦେଇ ଶ୍ରୀ ପଟନାୟକ ତାଙ୍କ ବକ୍ତବ୍ୟ ରେ ରାଣୀ ଙ୍କ ହାତ ତିଆରି ବିଜେଡି କଳୁଷିତ ହୋଇ ଯାଇଛି |ତେଣୁ ରାଣୀ ନାହିଁ ତ ବିଜେଡି ନାହିଁ କି ଶଙ୍ଖ ନାହିଁ ବୋଲି ପ୍ରକାଶ କରି ଆଗକୁ ଖଲ୍ଲିକୋଟ ଏନ ଏ ସି ର ଆହୁରି ବହୁ ଯୁବ ବିଜେଡି କର୍ମୀ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ |ଉକ୍ତ ମିଶ୍ରଣ ପର୍ବ ରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ପଣ୍ଡା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ ସରପଞ୍ଚ ସଂଘ ସମ୍ପାଦକ ମନୋଜ ସେଠୀ, ପୂର୍ବତନ

ସରପଞ୍ଚ ମନୋଜ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସକଳେଶ୍ୱର ଦାଶ, ଶମ୍ଭୁ ପ୍ରଧାନ ବିଜେପି ନଗର ସଭାପତି ସିମାଞ୍ଚଳ ଗୌଡ଼ ସମେତ ବହୁ କର୍ମୀ ନେତା ଓ ସମର୍ଥକ ମାନେ ଯୋଗ ଦେଇ ଏକ ଶୋଭାଯାତ୍ରା ରେ ଜୟ ଶ୍ରୀରାମ ଧ୍ଵନି ଦେଇ ଖଲ୍ଲିକୋଟ ସହର ପରିକ୍ରମା କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )