ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକର ଦକ୍ଷିଣ କାଳୀ ମନ୍ଦିର ଠାରେ କଂଗ୍ରେସର ଜିଲ୍ଲା ସ୍ତରୀୟ ସଂଗଠନ ସୃଜନ ଅଭିଯାନ କାର୍ଯକ୍ରମ ଆରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ଜେନା ଉଦ୍ଘାଟନ ଦିବସ ରେ ଯୋଗ ଦେଇଥିଲେ ଏଥି ସହିତ କଂଗେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୋହଜୋଗ କରି ଥିଲେ l

ଏହି କାର୍ଯ୍ୟକ୍ରମ ରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ସଚିନ ନାୟକଙ୍କୁ ପଯ୍ୟବେକ୍ଷକ ଭାବେ ଦାୟତ୍ୱ ମିଳିଥିଲା l ସେ ଏହି କାଯ୍ୟକ୍ରମ ଉପସ୍ଥିତ ରହି ଦଳକୁ କିପରି ଆଗକୁ ନେବେ ଓ ତାହା ସହିତ ଦଳର କର୍ମ କର୍ତ୍ତା କିପରି ଚୟନ କରାଯିବ ସେହି ବିଷୟରେ ଆଲୋକପାତ କରିଥିଲେ l.


ପଶ୍ଚିମ ଜିଲ୍ଲା ଦେବକାନ୍ତ ଶର୍ମା, ଏସି ଚେୟାରମ୍ୟାନ ଚିତ୍ରସେନ ବେହେରା, ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ଶିବରାମ ପ୍ରଧାନ, ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ, ବ୍ଲକ ସଭାପତି କୁନା ବିଶୋଇ, ସାନଖେମୁଣ୍ଡି ପୂର୍ବତନ କଂଗ୍ରେସ ବ୍ଲକ ଅଧକ୍ଷ ଲଷ୍ମୀ ପାତ୍ର, ରଜନୀକାନ୍ତ ବିଶୋଇ,କୋକ ଦାସ, ଦଣ୍ଡପାଣି ପାଢ଼ୀ, ସୁବାଷ ଚନ୍ଦ୍ର ପଶୁପାଳ, ପ୍ରଭାକର ପାଣିଗ୍ରାହୀ,ପ୍ରମୋଦ କୁମାର ଦାସ,ବଳରାମ ସାହୁ, ସିମାଞ୍ଚଳ ଗୌଡ଼ ଓ ସ୍ଥାନୀୟ ନେତା ଓ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ

