ଖଲ୍ଲିକୋଟ : 4/3 ଖଲ୍ଲିକୋଟ ସ୍ଥିତ ଗଞ୍ଜାମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପରିସର ରେ ପ୍ରତିଷ୍ଠାନ ର ଅଧକ୍ଷ ଡ଼ଃ ସନ୍ତୋଷ କୁମାର ପରିଡା ଙ୍କ ଅଧକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ନିପୁଣ ମେଳା ଓ ମୌଳିକ ସକ୍ଷରଟା ଓ ସଂଖ୍ୟା ଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ କର୍ମଶାଳା ରେ ପ୍ରତିଷ୍ଠାନ ର ଅଧକ୍ଷ ଡ଼ଃ ପରିଡା କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କ ଶାରୀରିକ, ମାନସିକ, ଆବେଗିକ ଓ ଆଧ୍ୟାତ୍ମିକ ଶିକ୍ଷା ପଦ୍ଧତି ର ଉପଯୋଗ କରି ଖେଳ ନୃତ୍ୟ ସଂଗୀତ ମାଧ୍ୟମ ରେ ପିଲାମାନଙ୍କ ମୌଳିକ ସକ୍ଷରଟା ଓ ସଂଖ୍ୟା ଜ୍ଞାନ ର ମୂଳଦୁଆ କୁ ମଜଭୁତ କରିବା ପାଇଁ ଭାରତ ସରକାରକ ଅଭିନଵ ପ୍ରୟାସ 2020 ଜାତୀୟ ଶିକ୍ଷାନୀତି ଅନୁଯାଇ ଗତ ସେପ୍ଟେମ୍ବର ମାସ 5 ରେ ନିପୁଣ ମେଳା ର ଶୁଭାରମ୍ଭ ହୋଇଥିଲା |

ତେଣୁ ଗଞ୍ଜାମ ରେ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମ ଓଡିଶା ଶିକ୍ଷା ଜଗତ ର ଆଲୋକ ବର୍ତ୍ତିକା ହେବ ବୋଲି ପ୍ରକାଶ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ ଅଞ୍ଜଳି ସ୍ୱାଇଁ ଯୋଗ ଦେଇ ଗଞ୍ଜାମ ଶିକ୍ଷା ର ଆଦ୍ୟ ଭୂମି ବୋଲି ପ୍ରକାଶ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ର ଜିଲ୍ଲା ସଂଯୋଜକ ରାଜେଶ କୁମାର ପ୍ରଧାନ ଓ ମୌଳିକ ସକ୍ଷରଟା ଓ ସଂଖ୍ୟଜ୍ଞାନ ର ସଂଯୋଜକ ଜୟନ୍ତୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପିଲାଙ୍କ ଶିକ୍ଷା ମୂଳଦୁଆ କୁ ଦୃଢ଼ଭୂତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ମାନବ ସମ୍ବଳ ବିଭାଗ ସବୁ ମନ୍ତେ ଉଦ୍ୟମ ଜାରୀ ରଖିଥିବା ପ୍ରକାଶ କରିଥିଲେ

|ଉକ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର 22 ଗୋଟି ବ୍ଲକ ର ଏଫ ଏଲ ଏନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋଷ୍ଟି ଶିକ୍ଷା ଅଧିକାରୀ ଓ ସହ ଗୋଷ୍ଟି ଶିକ୍ଷା ଅଧିକାରୀ ସି ଆର ସି ସି ଓ ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ ବ୍ଲକ ମାନଙ୍କ ରୁ ଆସିଥିବା ଛାତ୍ର ଛାତ୍ରୀ ମାବେ ଏଫ ଏଲ ଏନ ମାଧ୍ୟମ ରେ ଶିକ୍ଷାଦାନ ପ୍ରଦର୍ଶନୀ ୟୁନିଟ ସବୁ ପ୍ରଦର୍ଶିତ କରିଥିଲେ |ଖଲ୍ଲିକୋଟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଟ ଶିକ୍ଷକ ପ୍ରଶିକ୍ଷକ ଡ଼ଃ ବିଷ୍ଣୁ ନାରାୟଣ ଜେନା ଓଡିଶା ନିପୁଣ ମେଳା ର ଆଭିମୁଖ୍ୟ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠୀ ଙ୍କ ସଂକଳିତ ଓ ନିଁର୍ଧେଷିତ ଆବାହନୀ ସଂଗୀତ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାପନା ଖୁବ ଆକର୍ଷିତ ହୋଇଥିଲା |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ

