You are currently viewing ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ବୈଠକ, ନୂତନ ଆମ୍ବୁଲାନ୍ସ ଓ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ପାଇଁ ଆଲୋଚନା
ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ବୈଠକ, ନୂତନ ଆମ୍ବୁଲାନ୍ସ ଓ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ପାଇଁ ଆଲୋଚନା

ଖଲ୍ଲିକୋଟ : 7/1 ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଚାଳନା କମିଟି ତଥା ରୋଗୀ କଲ୍ୟାଣ ସମିତି ର ଏକ ବୈଠକ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଅଧକ୍ଷତା ରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି

|ଆୟୋଜିତ ବୈଠକ ରେ ରୋଗୀ କଲ୍ୟାଣ ବାବଦରେ ସରକାରଙ୍କ ତରଫରୁ ମିଳିଥିବା ଅର୍ଥ ର ଆୟବ୍ୟୟ ର ବିବରଣୀ ଉପସ୍ଥାପନ ହୋଇଥିଲା |ତେବେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ଆମ୍ବୁଲାନ୍ସ ର ଆସନ୍ତା ମାର୍ଚ୍ଚ ମାସରେ ଲାଇଫ ସରିବାକୁ ବସିଥିବା ବେଳେ ସାଂସଦ କିମ୍ବା ବିଧାୟକ ପାଣ୍ଠି ରୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ ପାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡକ୍ଟର ପ୍ରଦୀପ କୁମାର ଗନ୍ତାୟତ ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ | ସେହିପରି ଖଲ୍ଲିକୋଟ କୁ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ କରିବା ପାଇ ବିଧାୟକ ଶ୍ରୀ ସେଠି ବିଧାନସଭା ରେ ସରକାରଙ୍କ ଦୃଷ୍ଟି କୁ ନେଇଥିବା ପ୍ରକାଶ କରିଥିଲେ |ନୂତନ ବର୍ଷ ରେ ନୂତନ ରୋଗୀ କଲ୍ୟାଣ ସମିତି ଗଠନ ପାଇଁ ପ୍ରସ୍ତାବ ଆସିଥିଲା |ଏ ଅବସର ରେ ବିଧାୟକ ବାଣିଆ ପଂଚାୟତ ର ଦୁଇ ଜଣ ଯକ୍ଷ୍ମା ରୋଗୀ ପୃଦତିକାରକ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ |।

ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚଳିତ ବର୍ଷ ର କୟାକଳ୍ପ ପୁରସ୍କାର ହାସଲ କରିଥିବା ଯୋଗୁଁ ବିଧାୟକ ନିର୍ମଳ ସାଥି ମ୍ୟାଲେରିଆ ସୁପେର ଭାଇଜର, ନର୍ସ, ନିରାପତା କର୍ମଚାରୀ ସାନିଟାରୀ ନିରୀକ୍ଷକ କାଳୁ ଚରଣ ନାୟକ ସମସ୍ତ ସୁରକ୍ଷା କଡ଼ମୀ ଙ୍କ ଉତ୍କର୍ଷ ସେବା ପାଇଁ ମାନପତ୍ର ପ୍ରଦାନ କରାଯାଇ ଥିଲା |ଏବଂ 15 ଲକ୍ଷ ଟଙ୍କା ବ୍ୟୟ ରେ ପ୍ରତିଷ୍ଠିତ ଏକ ଯେନସେଟ କୁ ବିଧାୟକ ଉଦଘାଟନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ରୋଗୀ କଲ୍ୟାଣ ସମିତି ର ସଭ୍ୟ ଓ ପି ଆର ଆଇ ସଭ୍ୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ତେବେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ପରିମାଣ ର ବିଶେଷଜ୍ଞ ଡକ୍ଟର ଓ ଦୁର୍ଘଟଣା ଗ୍ରସ୍ତ ରୋଗୀ ଙ୍କ ଆକସ୍ମିକ ସେବା ପାଇ ତୁରନ୍ତ ଟ୍ରମା କେୟାର କେନ୍ଦ୍ର ପ୍ରତିଷ୍ଠା ପାଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା |

( ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )