You are currently viewing ଧରାକୋଟ ବ୍ଲକ ରେ ଧାନମଣ୍ଡି ଉଦ୍ଘାଟିତ
ଧରାକୋଟ ବ୍ଲକ ରେ ଧାନମଣ୍ଡି ଉଦ୍ଘାଟିତ

ଧରାକୋଟ,22/12/23
ସରକାରୀ ଘୋଷଣା ପ୍ରକାରେ ଧରାକୋଟ ବ୍ଲକର ପନ୍ଦର ଗୋଟି ସେବା ସମବାୟ ସମିତି ରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି।ଧରାକୋଟ ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖା ପରିଚାଳକ ସୁଜାତା ତ୍ରିପାଠୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ,ସଭାପତି ସୁରେଶ ଚନ୍ଦ୍ର ସାହୁ,ସଭାପତି ରାଜେନ୍ଦ୍ର ଗୌଡ଼,ସରପଞ୍ଚ ଅଭିମନ୍ୟୁ ସେଠୀ,ସମ୍ପାଦକ ପ୍ରକାଶ ଚନ୍ଦ୍ର ବାରିକ,ରାଜେନ୍ଦ୍ର ସାହୁ ,ନିର୍ଦ୍ଦେଶକ ଦେବରାଜ ମୁନି,ପୂର୍ଣ୍ଣ ଚନ୍ଦ୍ର ନାୟକ, ହିନେନ୍ଦ୍ର ନାୟକ, କରୁଣା କର ମହାନ୍ତି,ସୂର୍ଯ୍ୟ ନାରାୟଣ ରେଡ୍ଡୀ,ସଂଗୀତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ସଂପ୍ରତି କ୍ଵିଣ୍ଟାଲ ପିଛା ଚାଷୀ ମାନେ 2183 ଟଙ୍କା ମୂଲ୍ୟରେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯୋଗାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।