ଛତ୍ରପୁର ତା ୨୫/୩/୨୬(ଅରୁଣ କୁମାର ପଣ୍ଡା ) ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ୍
ବନ୍ଦ କରିଦେବା ନିଷ୍ପତ୍ତି କୁ ତୀବ୍ର ବିରୋଧ କରି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଅବସରପ୍ରାପ୍ତ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ଦେଶ୍ୟରେ ବୁଧବାର ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦତ୍ତ ହୋଇଛି ।
ପ୍ରତୀକ ଧାରଣ ସହ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ପ୍ରକାଶ ଥାଉକି, ତତ୍ ଜନିତ ସୁବିଧାରୁ ବଞ୍ଚିତ କରିବା ଯାହାକି ଅଷ୍ଟମ ବେତନ କମିଶନ ସୁପାରିଶରୁ ବାଦ ଦେବା ପାଇଁ ୨୦୨୫ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏକ ଭ୍ୟାଲିଡେସନ୍ ଵିଲ୍ ପାରିତ କରାଇ ପେନସନର୍ସ ମାନଙ୍କ ଭାଗ୍ୟକୁ ଡଷ୍ଟବିନ୍ ରେ ପକାଇଦେଇଛନ୍ତି ।

ଏହା ଵିରୁଦ୍ଧରେ ସମଗ୍ର ଦେଶର ରାଜ୍ୟ ପେନସନର୍ସଙ୍କ ମଧ୍ୟରେ ଅସନ୍ତୋଷର ଵହ୍ନି ଜଳି ଉଠିଛ l ସର୍ବ ଭାରତୀୟ ପେନସନର୍ସ ଫେଡେରସନର ନିଷ୍ପତ୍ତି ଓ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଦେଶର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଉକ୍ତ ଵିଲ୍ ପ୍ରତ୍ୟାହାର ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ଵିକାଶ ମଞ୍ଚ ତରଫରୁ ଆଜିର ଦିବସକୁ କଳାଦିବସ ରୂପେ ପାଳନ କରାଯାଇଛି ଏଵଂ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାଵୀପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ଉଲ୍ଲେଖ କରାଯାଇଛିଯେ ଉକ୍ତ ଭ୍ୟାଲିଡେସନ ବିଲ୍ ୧୯୮୨ ,ଡିସମ୍ଵର ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ପେନସନର୍ସ ମାନଙ୍କ ସପକ୍ଷରେ ଦେଇଥିବା ଆଦେଶର ଵିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି ।
ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ଵିକାଶ ମଞ୍ଚ ସଂପାଦକ ଶ୍ୟାମସୁନ୍ଦର ଖାଡଙ୍ଗାଙ୍କ ସଭାପତିତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ଅନୁଷ୍ଠିତ ପ୍ରତିଵାଦ ସଭାରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା ଯୋଗ ଦେଇ ପେନସନ ଵିରୋଧି ଵିଲ୍ କୁ ପ୍ରତ୍ୟାହାର କରିବା ଦାଵୀ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଵ୍ଳକ ସଭାପତି ଵାନାମ୍ବର ପୋଲାଇ, ସଂପାଦକ ବାଳକୃଷ୍ଣ ମହାରଣା, ଭଗବାନ ଦାସ,ରବୀନ୍ଦ୍ର କୁମାର ଦାସ,ଅଶ୍ଵିନୀ କୁମାର ଚୌଧୁରୀ, ପ୍ରାଣବନ୍ଧୁ ପାତ୍ର , ସୁରେନ୍ଦ୍ର ଵେହେରା ପ୍ରମୁଖ ଵକ୍ତବ୍ୟ ରଖି ଅସନ୍ତୋଷ ଵ୍ୟକ୍ତ କରି ଉକ୍ତ ବିଲ୍ ପ୍ରତ୍ୟାହାର ନ ହେଲେ ସାରା ଦେଶରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ l ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

