ଖଲ୍ଲିକୋଟ ; 25/1 ଦୀର୍ଘ ଦିନ ର ଦାବି ପରେ ଗଞ୍ଜାମ ଜିଲ୍ଲା ର ତିନି ଗୋଟି ଏନ ଏ ସି ଖଲ୍ଲିକୋଟ, ରମ୍ଭା ଓ ଗଞ୍ଜାମ କୁ ମିଳିବାକୁ ଯାଉଛି 24 ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ସୁବିଧା |ଉକ୍ତ ତିନି ଗୋଟି କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା କୁ ଆଖି ଆଗରେ ରଖି ରାଜ୍ୟ ସରକାର ଅମୃତ ଯୋଜନା ଓ ବସୁଧା ଯୋଜନା ମାଧ୍ୟମ ଯଥାକ୍ରମେ 952 ଲକ୍ଷ ଓ 1951 ଲକ୍ଷ ଟଙ୍କା ର ପ୍ରଶାସନିକ ମଞ୍ଜୁରୀ ମିଳିଥିବା ଜନ ସ୍ଵାସ୍ଥ୍ୟ ବିଭାଗ ସୂତ୍ର ରୁ ଜଣା ପଡିଛି | ସର୍ବୋପରି ଋଷିକୁଲ୍ୟା କୂଳରେ ଗଞ୍ଜାମ ସହର ରହିଆସୁଥିବା ବେଳେ ରମ୍ଭା ମଧ୍ୟ ଚିଲିକା କୂଳରେ ରହିଛି |ଏଣେ ଖଲ୍ଲିକୋଟ ସହର ଏକ ପାହାଡ ଘେରା ଅଂଚଳରେ ଅବସ୍ଥିତ |ତେଣୁ ଖଲ୍ଲିକୋଟ ସବୁବେଳେ ପାନୀୟ ଜଳ ପାଇଁ ଭୁତଳ ଜଳ ଉପରେ ନିର୍ଭର କରିବାକୁ ପଡିଥାଏ | ଖଲ୍ଲିକୋଟ ସହର କୁ ପାନୀୟ ଜଳ ପାଇଁ ପ୍ରାୟ 20 ଗୋଟି ବୋରିଂ କରାଯାଇଛି |ବର୍ତମାନ କାଠଗଡା ଠାରେ ଥିବା ଭୁତଳ ଜଳ ଉତ୍ସ ମୁଖ୍ୟ ସ୍ରୋତ ସହର ର ଅଧା ଜନ ସଂଖ୍ୟା କୁ ପିଇବା ପାଣି ଯୋଗାଉଛି | ଈତି ମଧ୍ୟରେ ଖଲ୍ଲିକୋଟ ସହର ରେ ପାନୀୟ ଜଳ ଉପଭୋକ୍ତା ଙ୍କ ସଂଖ୍ୟା ପ୍ରାୟ 26 ଶହ ରେ ପହଂଚିଲାଣି | ଏଣେ କ୍ରମଶଃ ଭୁତଳ ଜଳ ହ୍ରାସ ପାଇବାରେ ଲାଗଛି | ଏହି ସମସ୍ୟା କୁ ଆଖି ଆଗରେ ରଖି ଋଷିକୁଲ୍ୟା ନଦୀରୁ ଉକ୍ତ ତିନି ଗୋଟି ସହର କୁ 24 ଘଣ୍ଟା ପାନୀୟ ଜଳ ଯୋଗାଣ ପାଇଁ ନିଷ୍ପତି ନିଆଯାଇଛି |ପମପିଙ୍ ମାଧ୍ୟମ ରେ ଜଳ ଉତ୍ତୋଳନ କରାଯାଇ ପାଇପ ଯୋଗେ ପାଣି ଅଣାଯାଇ ରମ୍ଭା ବାଇ ପାସ ନିକଟସ୍ଥ ପଣସ ଢ଼ିପ ପର୍ବତ ଉପରେ 40 ଲକ୍ଷ ଲିଟର ଏକ ଟାଙ୍କି ନିର୍ମାଣ କରାଯାଇ ସେଠାରୁ ଖଲ୍ଲିକୋଟ ବାଘୁଆ ପାହାଡ଼ ଉପରେ ଏକ 25 ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ଯୋଗେ ସହର ର 8 ଟି ଜୋନ କୁ ପାନୀୟ ଜଳ ଯୋଗାଯିବ | ସହର ର ଗୋଟିଏ ପମ୍ପ ରୁ ଖଲ୍ଲିକୋଟ ସହର ର ଖୋଲସାହି, ଶ୍ୟାମସୁନ୍ଦରପୁର, ଫାସୁଳା ସମେତ ସହର ର ସମସ୍ତ ଅଂଚଳ କୁ ପାନୀୟ ଜଳ ଯୋଗାଯିବ ଯେପରି ଜଣେ ମଧ୍ୟ ପାନୀୟ ଜଳ ରୁ ବଂଚିତ ନ ହେବ ସେଥିପାଇଁ ଦୃଷ୍ଟି ଦିଆଯିବ | ଆଗାମୀ ଡ଼ିସେମ୍ବର 2025 ସୁଦ୍ଧା ଉକ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରାଯାଇ 24 ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ସୁବିଧା କରାଯିବ ବୋଲି ଏ ସୂତ୍ର ରୁ ଜଣାପଡିଛି |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
