You are currently viewing ପଦ୍ମନାଭପୁରରେ ଗୋଷ୍ଠୀ ଭିତ୍ତିକ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମନାଭପୁରରେ ଗୋଷ୍ଠୀ ଭିତ୍ତିକ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତର ସ୍ଥାନୀୟ ସେକ୍ଟର ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ଦିନ ଗୋଷ୍ଠୀ ଭିତ୍ତିକ ତଥା ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଦିଗପହଣ୍ଡି ଶାଖା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବି .ସନ୍ଧ୍ୟାରାଣୀ ସୁବୁଦ୍ଧି , ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ବଳରାମ ଡାକୁଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅପପୁଷ୍ଟି ନିରାକରଣ ଏବଂ ପରିଷ୍କାର ଯୁକ୍ତ ପୋଷଣ ଖାଦ୍ୟ ଯେପରି ପୂର୍ବଭଳି ଶିଶୁମାନେ ପାଇ ଆସୁଥିଲେ ତାହା ବର୍ତ୍ତମାନ ମଧ୍ୟ ଶିଶୁମାନେ ଏହି ସୁବିଧାରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ପ୍ରତିକ୍ରିୟା ରଖିଥିଲେ । ଏହି ଅବସରରେ ୨୪ ଜଣ ହେଲଦି ପିଲାଙ୍କ ମାଆଙ୍କୁ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।