You are currently viewing ଓଷ୍ଟା ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ
ଓଷ୍ଟା ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

କୋଦଳା – ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ତରଫରୁ ବେଗୁନିଆପଡ଼ା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ କୋଦଳା ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିଲା। ଏହି ଉତ୍ସବ ରେ ତର୍କ , କଣ୍ଠସଙ୍ଗିତ , ଚିତ୍ରକଳା , ଆବୃତ୍ତି ଇତ୍ୟାଦି ଦଶଟି ବିଷୟର ପ୍ରତିଯୋଗିତା ହୋଇଥିଲା । ଏହି ଉତ୍ସବ ହେବାଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ପାଠ ସହ ଅନ୍ୟାନ୍ୟ ସାମଗ୍ରିକ ବିକାଶ ହେବାପାଇଁ ସହାୟକ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଉତ୍ସବରେ ପ୍ରଥମ ଦ୍ୱିତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଆଗାମି ୧୭ . ୧୨ . ୨୨ ଠାରୁ ୧୮ . ୧୨ . ୨୨ ପର୍ଯ୍ୟନ୍ତ ଭଞ୍ଜନଗର ଉଛ ବାଳିକା ବିଦ୍ୟାଳୟରେ ଯୋଗଦେବେ । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ଉମା କାନ୍ତ ବେହେରା , ଜନତା ନୋଡ଼ାଲ ହାଇସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀ କେ. ଭିମରାଜୁ ପାତ୍ର , ବେଗୁନିଆପଡ଼ା ବ୍ଲକର ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୋମନାଥ ସେଠୀ ( ସମ୍ମାନିତ ଅତିଥି ) ,

ଗଞ୍ଜାମ ଜିଲ୍ଲା ଓଷ୍ଠା ଶାଖାର ସମ୍ପାଦକ ଶ୍ରୀ ବିଜୟ କୁମାର ବେହେରା , ଉପସଭାପତି ଶ୍ରୀ ଭିକାରୀ ଚରଣ ଗୌଡ଼, ତଥା ବେଗୁନିଆପଡା ବ୍ଲକର ଉଛ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ , ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବେଗୁନିଆପଡା ବ୍ଲକର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ।