You are currently viewing ଟାଟା ଷ୍ଟିଲ୍ ଫାଉେଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳିତ
ଟାଟା ଷ୍ଟିଲ୍ ଫାଉେଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳିତ

ସପ୍ତାହବ୍ୟାପୀ ସମାରୋହରେ ୩୦୦ ଜଣଙ୍କ ଯୋଗଦାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୧୦ ଦିବ୍ୟାଙ୍ଗଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ

ଗୋପାଳପୁର, ଡିସେମ୍ବର ୫, ୨୦୨୩: ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳନ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଗୋପାଳପୁର ପକ୍ଷରୁ ଗଂଜାମ ଜିଲ୍ଲା ଅସ୍ଥିଶଲ୍ୟ ଭିନ୍ନକ୍ଷମ କଲ୍ୟାଣ ସଂଘ ସହଯୋଗରେ ୨୦୨୩ ଡିସେମ୍ବର ୩ରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭରେ ଅନୁଷ୍ଠିତ ଆଲୋଚନାରେ ଏହି ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି । ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଭାବକୁ ଅନୁପ୍ରାଣିତ କରିବା ଏବଂ ଭେଷଜ, ନୃତ୍ୟ, କ୍ରୀଡ଼ା ଓ ଶିକ୍ଷା ଭଳି କ୍ଷେତ୍ରରେ ସେମାନଙ୍କ ସଫଳତାକୁ ସ୍ୱୀକୃତି ପ୍ରଦାନ କରିବା ।

ଏହି ଅବସରରେ ଓଏନଜିସିର ସ୍ୱାଧୀନ ନିର୍ଦ୍ଦେଶକ ଭି ଅଜିତ କୁମାର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡର ପ୍ରତୀପ ମୋଦକ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଛତ୍ରପୁର ବାର୍ ଆସୋସିଏସନ୍‌ର ଏଲ୍ ଗୋପାଳ ରାଓ, ବ୍ରହ୍ମପୁର ସିଡିଏମ୍‌ଓ ଡା.ସରୋଜିନୀ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁରର ମୁଖ୍ୟ ରକି ମାର୍ଟିନ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଷ୍ଠୀ ସଦସ୍ୟ, ସରକାରୀ ଅଧିକାରୀ, ଭିନ୍ନକ୍ଷମ ଛାତ୍ରଛାତ୍ରୀ ସମେତ ମୋଟ ୩୦୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୧୦ ଭିନ୍ନକ୍ଷମ ବ୍ୟକ୍ତି ନୃତ୍ୟ ଓ ଫେସନ ସୋ’ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସଚେତନତା ବଢ଼ାଇବା, ଅଧିକାରର ପ୍ରଚାର, ଅନ୍ତର୍ଭୁକ୍ତୀକରଣକୁ ଉତ୍ସାହିତ କରିବା, ସଫଳତାକୁ ପାଳନ କରିବା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମର୍ଥନ ଓ ସଶକ୍ତୀକରଣକୁ ସୁଦୃଢ଼ କରିବା । ଏହାର ଲକ୍ଷ୍ୟ କେବଳ ସେମାନଙ୍କ ଆହ୍ୱାନକୁ ସ୍ୱୀକୃତି ଦେବା ନୁହେଁ, ବରଂ ସେମାନଙ୍କ ଅସୀମ ସମ୍ଭାବନା ଓ ଦକ୍ଷତା ଉପରେ ଗୁରୁତ୍ୱାରୋପ କରିବା ।

ଏକ ଅନ୍ତର୍ଭୁକ୍ତୀକରଣ ସମାଜ ସୃଷ୍ଟି କରିବା ଲାଗି ଟିଏସଏଫ୍ ଗୋପାଳପୁର ପ୍ରତିିବଦ୍ଧ ରହିଛି ଯେଉଁଠାରେ ଦକ୍ଷତା ଭିନ୍ନ ସମସ୍ତେ ସଫଳ ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ।