ଆଜି ତା-୨୮/୦୫/୨୦୨୩ ରିଖ ଦିନ ରାଧାଦେଇପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଡି ରାକେଶ ପାତ୍ର ଆନୁକୂଲ୍ୟ ରେ ବ୍ରହ୍ମପୁର ସ୍ଥିତ ଏକସ ଚକ୍ଷୁ ଚିକତ୍ସାଳୟ ଦ୍ୱାରା ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି | ସକାଳ ୧୦ ଘଣ୍ଟା ସମୟରେ ରାଧାଦେଇପୁର ଗ୍ରାମପଞ୍ଚାୟତ ପରିସରରେ ଓସ୍କାଡ଼ ବ୍ୟାଙ୍କ ର ପୂର୍ବତନ ସଭାପତି ତଥା ବିଜେଡି ରାଜ୍ୟପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ,ସାନଖେମୁଣ୍ଡି ବ୍ଲକ ଅଧକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର ଅତିଥି ଭାବେ ଯୋଗଦେଇ ଚକ୍ଷୁ ଚିକିତ୍ସା ଶିବିର ର ଶୁଭାରମ୍ଭ କରିଥିଲେ | ସରପଞ୍ଚ ଡି. ରାକେଶ ପାତ୍ର, ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ ଶିବିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ |

ଏକସ ହସ୍ପିଟାଲ ର ଡ଼କ୍ଟର ଏବଂ କର୍ମକର୍ତ୍ତା ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ଶତାଧିକ ରୋଗୀଙ୍କର ଚକ୍ଷୁ ଚିକିତ୍ସା କରାଯାଇ ବିନାମୂଲ୍ୟ ରେ ଔଷଧ, ଚଷମା ବିତରଣ କରାଯିବା ସଙ୍ଗେ ସଙ୍ଗେ ତିରିଶି ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପରଳ ଚିହ୍ନଟ କରି ବିନାମୂଲ୍ୟ ରେ ଅସ୍ତ୍ରୋପଚାର, ଚିକିତ୍ସା ପାଈଁ ଏକସ ହସ୍ପିଟାଲ କୁ ନିଆଯାଇଛି | ଉକ୍ତ କାର୍ଯ୍ୟକ୍ରମ କୁ ବିଜେଡି ବରିଷ୍ଠ ନେତା ପଞ୍ଚାନନ ସାହୁ, କୃଷ୍ଣ ସାହୁ, ସତ୍ୟ ସାହୁ,ସହଯୋଗ କରିଥିବା ବେଳେ ପଞ୍ଚାୟତ ର ନୟାବ ସରପଞ୍ଚ ସିମାଞ୍ଚଳ ସାହୁ, ଛାତ୍ରନେତା ଗୌରୀ ଶଙ୍କର ତ୍ରିପାଠୀ, ବିରଞ୍ଚି ସାହୁ, କ୍ରିଷ୍ଣା ସ୍ୱାଇଁ, ୱାର୍ଡ ସଭ୍ୟ ସାରଥୀ ସ୍ୱାଇଁ,ବୁଲୁ ସେଠି ପ୍ରମୁଖ ପରିଚାଳନା କରିଥିଲେ |


