You are currently viewing ସ୍ୱାମୀ ନିଲିପ୍ତାନନ୍ଦ ଙ୍କ ଦୀର୍ଘ ଜୀବନ କାମନା
ସ୍ୱାମୀ ନିଲିପ୍ତାନନ୍ଦ ଙ୍କ ଦୀର୍ଘ ଜୀବନ କାମନା

ଭୁବେନେଶ୍ୱର.
ବସନ୍ତ ଭାଇ ଜଣେ ନୀତିନିଷ୍ଠ ମଣିଷ ଥିଲେ ଓଡିଶା ର ଜଣେ ଲବ୍ଧ ପ୍ରତିଷ୍ଠିତ ସାମ୍ବାଦିକ, ପ୍ରାବନ୍ଧିକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ତଥା ମିଡ଼ିଆ ଏକାଡେମୀର ପ୍ରତିଷ୍ଠାତା ସ୍ୱର୍ଗତ ବସନ୍ତ ଦାସ ଙ୍କ ୮୩ ତମ ଜୟନ୍ତୀ ଉତ୍ସବ ସୋମବାର ପୂର୍ବରାହ୍ନ ରେ ବୁଦ୍ଧ ମନ୍ଦିର ପରିସର ରେ ଏକାଡେମୀ ର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ “ବସନ୍ତ ଭାଇ ମୋ ବଡ ଭାଇ ତ୍ରିଲୋଚନ କାନୁନଗୋ ଙ୍କ ସହପାଠୀ ଥିଲେ କିନ୍ତୁ ତାଙ୍କର ଭଲ ପାଇବା ପଣିଆ ରେ ସେ ବଡ଼ ସାନ ସମସ୍ତ ଙ୍କୁ ବାନ୍ଧି ରଖି ପାରୁଥିଲେ ସେ ଜଣେ ନୀତିନିଷ୍ଠ ମଣିଷ ଥିଲେ ପୂର୍ଵତନ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ସାମ୍ବାଦିକତା କ୍ଷେତ୍ର ରେ ପ୍ରବେଶ କରାଇ ଥିବାରୁ ତାଙ୍କୁ ସେ ଗୁରୁ ଭଳି ତ୍ରୁଟି କୁ ସମାଲୋଚନା କରିବାରେ ସେ କେବେ ପଛାଉ ନ ଥିଲେ
ସାମୁହିକ ଦୀପଦାନ ପରେ ଏକାଡେମୀ ର ସମ୍ପାଦକ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ରେ ସ୍ୱର୍ଗତ ଦାସ ଙ୍କୁ ଜଣେ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ସୀତାବଲ୍ଲଭ ମହାପାତ୍ର, ପ୍ରଫେସର ବୁଦ୍ଧ ଦେବ ମିଶ୍ର, ଶିକ୍ଷାବିତ ଡ଼ଃ. ସୌରେନ୍ଦ୍ର ମହାପାତ୍ର ବସନ୍ତ ବାବୁ ଙ୍କ ପ୍ରବନ୍ଧ ରେ ଶଦ୍ଧ ସଂଯୋଜନା ର ସରଳତା ବିଷୟରେ ଆଲୋକପାତ କରିଥିଲେ
ଏହି ଅବସରରେ ଓଡିଶାର ପୂର୍ଵତନପ୍ରଶାସକ ସ୍ୱାମୀ ଶିବାନନ୍ଦ ପରମ୍ପରା ର ମହାନ ସନ୍ଥ, ଦିବ୍ୟ ଜୀବନ ସଂଘ ର ଅନ୍ତରାଷ୍ଟ୍ରୀୟ ଉପସଭାପତି ସ୍ୱାମୀ ନିଲିପ୍ତାନନ୍ଦ ମହାରାଜ ଙ୍କ ୮୦ତମ ସ୍ୱନକ୍ଷେତ୍ର ଅବସରରେ ତାଙ୍କର ନିରାମୟ ଜୀବନ କାମନା କରି ଭଗବାନ ତଥାଗତ ବୁଦ୍ଧ ଙ୍କ ଠାରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ସମସ୍ତ କାର୍ଯ୍ୟକ୍ରମ କୁ ସମାଜସେବୀ ଆଶୁତୋଷ ମିଶ୍ର ପରିଚାଳନା କରିଥିଲେ ଓ ବାସ୍ତୁବିତ ଡ଼ଃ. ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟପାତ୍ର ରଜନୀ ମହାନ୍ତି, ସମାଜସେବୀ ଜ୍ୟୋତିଷ ସାହୁ, କଂଗ୍ରେସ ନେତା ବିନୋଦ ରାଉତ, ସେବା ଦଳ ରାଜ୍ୟ କର୍ମକତ୍ତା ମହମ୍ମଦ ସାହାଦୁଲ୍ଲା ପ୍ରମୁଖ ସ୍ୱର୍ଗତ ବସନ୍ତ ଦାସ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇବା ସହ ସ୍ୱାମୀଜୀ ମହାରାଜ ଙ୍କ ଦୀର୍ଘ ଜୀବନ କାମନା କରିଥିଲେ