ପାଟପୁର ତା. ୧୧.୦୩.୨୦୨୬ ରିଖ, ବୁଧବାର ଦିନ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ +୩ ପ୍ରଥମବର୍ଷ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର : ୨୦୨୬ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର୍ (ଡ଼.) ଶଙ୍କର ପ୍ରସାଦ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ।

ପାଟପୁର ଥାନା S.I ଚର୍ଚ୍ଚିକା ଶବର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ନିର୍ଭିକ ଓ ଆତ୍ମବିଶ୍ଵାସୀ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ମାର୍ଗ ଦର୍ଶନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ଇତିହାସ ଅଧ୍ୟାପିକା ଡ. ସାଲିନା କୁମାରୀ ବେହେରା ସଂଯୋଜନା କରିଥିଲେ। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ପ୍ରଶିକ୍ଷିକା ଉଷାରାଣୀ ଦୋରା ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବରେ ତାଲିମ୍ ପ୍ରାପ୍ତ ୯୦ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ସଂଯୋଜିକା ମହୋଦୟା ଧନ୍ୟବାଦ ଅର୍ପଣ କରିଥିଲେ।

