You are currently viewing ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ
ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଡ଼ିସେମ୍ବର ୧ ତାରିଖ ଦିନ ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ଛାତ୍ରୀ ମାନେ ଏକ ସଚେତନତା ରାଲି ଦ୍ଵାରା ସହର ପରିକ୍ରମା କରି ଜନ ସାଧାରଣ ଙ୍କୁ ଏଡ଼ସ ବିଷୟରେ ସଚେତନା ର ବାର୍ତ୍ତା ପ୍ରଦାନ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା ଏହି ସଭାକୁ ବରିଷ୍ଠ ଗଣିତ ଅଧ୍ୟାପକ ଶ୍ରୀ ଭୁବନେଶ୍ୱର ମୁଦୁଲି ସଭାପତିତ୍ବ କରିଥିବାବେଳେ ଜାତୀୟ ସେବା ଯୋଜନା କର୍ଯ୍ୟକମ ଅଧିକାରୀ ଡ଼ ପଙ୍କଜ ବାରିକ୍ ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ଡ଼ ଜିତେନ୍ଦ୍ର ବେହେରା, ଡ଼ ସିଦ୍ଧାର୍ଥ ଶଙ୍କର ରାମ, ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ରାକେଶ ବାରିକ ଏବଂ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସହଯୋଗ କରିଥିଲେ। ଏବଂ ଶେଷରେ ସ୍ବେଛାସେବୀ ଭବାନୀ ବେହେରା ଧନ୍ୟବାଦ୍ ଦେଇଥିଲେ।