ସାନଖେମୁଣ୍ଡି : (ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଲକ ଓଡ଼ିଶାର ଆଜି ଜାତୀୟ ପ୍ରେସ ଦିବସ ଅବସରରେ ସାନଖେମୁଣ୍ଡି ପ୍ରେସ କ୍ଲବ ବହୁ ଆଡମ୍ବର ସହ ଏହି ଦିବସକୁ ପାଳନ କରାଯାଇଛି ପ୍ରେସ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ଗୋଷ୍ଠିଉନ୍ନନ୍ୟ ଅଧିକାରୀ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ତହସିଲଦାର ଶ୍ରୀନିବାସ ବେହେରା ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର ବରିଷ୍ଠ ସାମ୍ବାଦିକ ରବି ରଥ, କଳାକାର ସଂଘ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଉପାଧ୍ୟାକ୍ଷା ପ୍ରତିନିଧି ସଞ୍ଜୟ ନାୟକ ଯୋଗଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସଠିକ ଖବର ପରିବେଷଣ ସହ ନିଜ କର୍ତ୍ତବ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ ଦେଇଥିଲେ।

ଏହି ବୈଠକରେ ସାମ୍ବାଦିକ ସନ୍ତୋଷ ଦାସ, ମୁଖ୍ୟ ପରିଚାଳନା ଦାୟିତ୍ୱ ତୁଲାଇଥିଲେ,ପଦ୍ମଲଚନ ପାଣିଗ୍ରାହୀ, ଶିବରାମ ସ୍ୱାଇଁ, ବିଜୟ ପ୍ରଧାନ,ରଘୁନାଥ ନାୟକ, ପ୍ରଫୁଲ ସାବତ, ଅଶୋକ କୁମାର ସାହୁ, ଆରତ କୁମାର ହତା ପ୍ରମୁଖ ଉପସ୍ଥିତ ରହି ଏହି ଦିବସକୁ ପାଳନ କରିବା ସହ ସାମ୍ବାଦିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା


