You are currently viewing କୋଦଳା ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚିଲେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ
କୋଦଳା ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚିଲେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ

      ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ସ୍ଥିତ ସବଜେଲ ପଛପଟ ସାହିରେ ଗତ କାଲି ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ଘର ପୋଡି ନଷ୍ଟ ହୋଇଯା ଥିଲା । ଆଜି କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହ ଲୁଗାପଟା ଓ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ କୋଦଳା ଆର ଆଇ ଘଟଣା ସ୍ଥଳରେ ପହଂଚି ରିପୋର୍ଟ ସଂଗ୍ରହ କରି ତହସିଲଦାର ସସ୍ମିତା ଶତପଥୀ ଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ଘରେ ନଥିବା ସମୟରେ କୌଣସି କାରଣ ବଶତଃ ନିଆଁ ଯାଇଥିବା ଜଣାପଡିଛି । ଖବର ପାଇ କୋଦଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲେ  । ନିଆଁ କିପରି ଲାଗିଲା ତାର କାରଣ ଜଣାପଡ଼ି ନାହିଁ । ଅଗ୍ନିକାଣ୍ଡରେ  ଯୋଗୀ ପାତ୍ର, ହାଡୁ ବେହେରା ଓ ବୁଦ୍ଧିଆ ସେଠି  ତିନି ଜଣ ବ୍ୟକ୍ତିଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହେବା ସହ ସମସ୍ତ ଆସବାବ ପତ୍ର ପୋଡି ହୋଇଯାଇଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।