You are currently viewing ରେଳବାଇ ରାସ୍ତା ନିର୍ମାଣ ପକ୍ରିୟା ଆରମ୍ଭ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଇଁ ପ୍ରକାଶ ଚନ୍ଦ୍ର ସେଠି
ରେଳବାଇ ରାସ୍ତା ନିର୍ମାଣ ପକ୍ରିୟା ଆରମ୍ଭ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଇଁ ପ୍ରକାଶ ଚନ୍ଦ୍ର ସେଠି

ଗତ ରବିବାର ଶ୍ରୀ ବୈଷ୍ଣବ କଟକ ସଦର ଗ୍ରସ୍ତ ପରିପେକ୍ଷୀରେ ପରମହଂସ ପଞ୍ଚାୟତର ପ୍ରସିଦ୍ଧ ପରମହଂସ ଶୈବପୀଠ ପରିଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ପରିସରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସଦର ବିଜେପି ନେତୃମଣ୍ଡଳୀ ଓ ଉପସ୍ଥିତ ଦଳୀୟ କର୍ମୀଙ୍କ ସହ ସେ ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଖିଥିଲେ।
ଏହି ଅବସରରେ କନ୍ଦରପୁର ରେ ଫ୍ଲାଏ ଓଭରବ୍ରିଜ୍‌ ଓ
ଟ୍ରେନ୍ ଟିକେଟ ରିଜର୍ଭେସନ୍ କାଉଣ୍ଟର ଖୋଲିବା ସହ ସ୍ଥାନୀୟ ରାଜହଂସ ଗ୍ରାମରେ ଥିବା ଏକ ରେଳବାଇ ରାସ୍ତାକୁ କଂକ୍ରିଟ୍ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳବାଇର ଖୋର୍ଦ୍ଧା ଡିଆର୍‌ଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ I
ମିଳିଥିବା ସୂଚନା ମୁତାବକ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ପରେ ରାଜହଂସ ଠାରେ ରେଳବାଇ ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗୀୟ ଯନ୍ତ୍ରୀ ରାସ୍ତାର ମାପଚୁପ କରିଥିବା ଜଣାପଡ଼ିଛି ।| ଫ୍ଲାଏଓଭର୍ ଓ ଟିକେଟ୍ ରିଜର୍ଭେସନ୍ କାଉଣ୍ଟର୍ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏଥିପାଇଁ ସଦର ବିଜେପି ଯୁବନେତା ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ, କନ୍ଦରପୁର ରେଳବାଇ ଫ୍ଲାଏଓଭର୍ ନିର୍ମାଣ ପାଇଁ ପ୍ରକାଶ ଅନେକଦିନ ହେବ ଦାବି କରିଆସୁଥିଲେ