You are currently viewing ଆର ଏନ ଏସ ଗୁରୁକୁଳର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆର ଏନ ଏସ ଗୁରୁକୁଳର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆ ପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ପଞ୍ଚାୟତର ସାଙ୍କୁଡ଼ା ସ୍ଥିତ ଆରଏନଏସ ଗୁରୁକୁଳର ଅଷ୍ଟମ ବାର୍ଷିକ ଉତ୍ସବ “ମନୋରମା” ଖୁବ ଧୁମଧାମରେ ପାଳିତ ହୋଇଯାଇଛି | ଏହି ଗୁରୁକୁଳର ଅଧ୍ୟକ୍ଷ ପୁରୁଷୋତ୍ତମ ସ୍ୱାଇଁ ଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ସଭାପତି ଭାବେ ଶ୍ରୀ ବସନ୍ତ କୁମାର ବାରିକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ | କାର୍ଯ୍ୟକାରୀ ସଭାପତି ଭାବେ ସାମ୍ବାଦିକ ଶ୍ରୀ ଦେବାଶିଷ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଓ ସନମାନିତ ଅତିଥି ଭାବେ ସାଙ୍କୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଷମା ତିଆଡ଼ି, ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଆର ରଘୁନାଥ ଦୋରା ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ପାତ୍ର ଉପସ୍ଥିତ ରହି କୁନି କୁନି ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିବା ସହିତ ଏହି ବିଦ୍ୟାଳୟ ଆଗକୁ ଏକ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଭାବେ ପରିଗଣିତ ହେବ ବୋଲି ଶୁଭ ମନାସି ଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଶ୍ରୀ ଦେବେନ୍ଦ୍ର କୁମାର ମହାରଣା ନିଜର ଓଜସ୍ବୀ ଭାଷଣ ମାଧ୍ୟମରେ ଯୁବ ଆଦର୍ଶ ବିବେକାନନ୍ଦ ଙ୍କ ଠାରୁ ଆରମ୍ଭ କରି ବର୍ତମାନର କୁନି କୁନି ପିଲାଙ୍କ ଭବିଷ୍ୟତ ସମ୍ପର୍କରେ ଉପସ୍ଥିତ ଅଭିଭାବକ ମାନଙ୍କ ନିମନ୍ତେ ନିଜ ଅଭିଭାଷଣ ରଖିଥିଲେ | ଦ୍ବି ଦିବସ ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶକ ତଥା ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ଝସ କେତନ ସ୍ୱାଇଁ ଉପସ୍ଥିତ ଥିବା ବେଳେ ଶିକ୍ଷକ ଶ୍ରୀ ବଳରାମ ବେହେରା ସମ୍ପାଦକୀୟ ପାଠ କରିଥିଲେ | ବହୁ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ | ବିଦ୍ୟାଳୟର କୁନି କୁନି କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଆରଏନଏସ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।