You are currently viewing ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଉପଲକ୍ଷେ ଜନପ୍ରତିନିଧିଙ୍କ ନିମନ୍ତେ ତାଲିମ ଶିବିର
ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଉପଲକ୍ଷେ ଜନପ୍ରତିନିଧିଙ୍କ ନିମନ୍ତେ ତାଲିମ ଶିବିର

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହ ପରିସରରେ ବିଜୁ କନ୍ୟାରତ୍ନ ଯୋଜନା ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଉପଲକ୍ଷେ ଜନପ୍ରତିନିଧିଙ୍କ ନିମନ୍ତେ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଶିବିରରେ ବିଡ଼ିଓ ଚିତ୍ତରଞ୍ଜନ ଦାସ , ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , କିଶୋର ନ୍ୟାୟ ବୋର୍ଡର ତାଲିମଦାତା ଅମୀୟ ତ୍ରିପାଠୀ , ଜିପିଇଓ ଉମେଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଶିଶୁଙ୍କ ସୁରକ୍ଷାକୁ ନେଇ ଯେଭଳି ଭାବରେ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ କରିବା ପାଇଁ ଯେଉଁ ଲକ୍ଷ୍ଯ ରଖିଛନ୍ତି ତାହାକୁ ସଫଳ ରୂପାୟନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମଞ୍ଚାସୀନ ଅତିଥିମାନେ ମତପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନେ ସେମାନଙ୍କ ପଞ୍ଚାୟତବାସୀଙ୍କୁ ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ , ବାଲ୍ୟବିବାହ ପ୍ରଥା ପ୍ରତି ପଞ୍ଚାୟତ କିମ୍ବା ଗ୍ରାମାଞ୍ଚଳରେ ବନ୍ଦ କରିବା , ଝିଅ ଚାଲାଣ ବନ୍ଦ , କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ , ଶିଶୁ ସୁରକ୍ଷା ଆଦି ପ୍ରଦାନ ଦିଗରେ ବୁଝାଇବା ପାଇଁ ଶିବିରରେ ଆଲୋଚନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସୁପରଭାଇଜର ଭାଗ୍ଯଲତା ପାତ୍ର , ବବିତା ପଣ୍ଡା , ସାଧନା ସଂଘ ମହିଳା ସଭାନେତ୍ରୀ ପି . ବିଜୟଲକ୍ଷ୍ମୀ ସମେତ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପ୍ରଶାନ୍ତ କୁମାର ପ୍ରଧାନ, ଆଦିତ୍ୟ ସାହୁ , ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଗୀତାଞ୍ଜଳି ଜାନୀ ସମେତ ବହୁ ଜନ ପ୍ରତିନିଧି ଏବଂ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।( ଦିଗପହଣ୍ଡି ରୁ କିରଣ କୁମାର ବେହେରା)