ରିପୋର୍ଟ – ରଞ୍ଜନ ହୋତା
ନୀଫା ସୁବର୍ଣ୍ଣପୁର, ଜିଲ୍ଲା ରକ୍ତ ଦାତା ସେବା ସଙ୍ଘ, ହେଲ୍ପ ଟୁ ଓଦର H20 ବିନିକା ଙ୍କ ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ସଦର ମହକୁମା ଜିଲ୍ଲା ରକ୍ତ କେନ୍ଦ୍ର ରେ ଅନୁଷ୍ଟିତ ହୋଇ ଯାଇଛି । ଭାରତ ସକାଶେ ବଳିଦାନ ଦେଉଥିବା ଶହିଦ ଭଗତ ସିଂ, ରାଜଗୁରୁ ଓ ସୁଖରlମ ଙ୍କ ବଳିଦାନ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ବୀର ମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଈ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ ଓ.

ସହିଦ୍ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏ ମହତ୍ କାର୍ଯ୍ୟକୁ ପ୍ରଶଂସା ସହିତ ରକ୍ତ କେନ୍ଦ୍ର ର୍ ଅନେକ ସମସ୍ୟାକୁ ରକ୍ତ ଦାତା ଙ୍କ ସହିତ ଆଲେଚନା କରିଥିଲେ । ଉକ୍ତ ଶିବିରକୁ ଅନ୍ୟାନ୍ୟ ଅତିଥି ଭାବରେ ଜିଲ୍ଲା ଉପ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଦୁର୍ଗା ଦତ୍ତ ଦାଶ ଓ ରକ୍ତ କେନ୍ଦ୍ର ଅଧିକାରୀ ଡ଼ା ଆକାଶ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ।

ଜିଲ୍ଲାର ରକ୍ତ ସଙ୍କଟ କୁ ଦୂର କରିବା ଜିଲ୍ଲା କୁ ଏକ ରକ୍ତ ସଂଗ୍ରହ ଭେନ୍ କୁ ରକ୍ତ କେନ୍ଦ୍ର କୁ ପ୍ରଦାନ କରିବା ସକାଶେ ଜିଲ୍ଲାର ବରିଷ୍ଟ ସମାଜ ସେବୀ ଙ୍କ ଦ୍ବାରା ଆଲୋଚନା କରାଯାଇ ଥିଲା। ହେଲ୍ପ ଟୁ ଓଦର ସଭାପତି ସୃଜନ ପଣ୍ଡା, ଜିଲ୍ଲା ରକ୍ତ ଦାତା ସେବା ସଙ୍ଘ ସଭାପତି ମନୋଜ ପଣ୍ଡା, ଯୁବ ବିଜେପି ନେତା ସୋରୁପ ପାତ୍ର, ବାଉସୁନି ଯୁବ ସମାଜ ସେବୀ ଜନାର୍ଦ୍ଦନ ଖମାରୀ, ରକ୍ତ ଦାତା ସୃଜନ ପାଣ୍ଡେ ଓ ଅନ୍ୟାନ୍ୟ ରକ୍ତ ଦାତା ମାନେ ଶିବିର କୁ ପରି ଚାଳନା କରିଥିଲେ ।

ନିଫ। ସୁବର୍ଣ୍ଣପୁର ସଭାପତି ସୁଶାନ୍ତ ପଣ୍ଡା, ସମ୍ପାଦକ ସନ୍ତୋଷ ପୂଜାହାରୀ ରକ୍ତ ଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ କି ନୀଫା ଦ୍ୱାରା ଭାରତର ୨୮ ଟି ରାଜ୍ୟରେ ୨୪୦୦ ଶିବିରରୁ ୨୧ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୧୫୦୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ବିରଳ ରେକର୍ଡ ସୃଷ୍ଟି କରିବା ନିମନ୍ତେ ଲକ୍ଷ ଧlର୍ଯ୍ୟ କରାଯାଇଅଛି ଓ ଓଡ଼ିଶା ଶାଖା ତରଫରୁ ୩୦ ଟି ଜିଲ୍ଲାରୁ ୨୦୦୦ ୟୁନିଟ୍ ସଂଗ୍ରହ କରିବାର ଲକ୍ଷ ରଖା ଯାଇଛି ବୋଲି ଆମକୁ ନିଫା ପ୍ରତିନିଧି ପ୍ରକାଶ କରିଛନ୍ତି।

