ସିଦ୍ଧପୁର ଗ୍ରାମ ପଞ୍ଚାୟତରେ ଏକ କନଭର୍ଜେନ୍ସ ମେଳା ଆୟୋଜିତ ହୋଇଥିଲା। ସୋରଡା ବ୍ଲକରେ ଏହା ଦ୍ୱିତୀୟ ନମ୍ବର ମେଳା ଥିଲା। ଏହି ମେଳା ପାଇଁ ପ୍ରାୟ ୩ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ଆଜି ଏହା ସଫଳତାର ସହିତ ଆୟୋଜିତ ହୋଇପାରିଛି।
ଏହି ମେଳାରେ ସୁରଡା ବ୍ଲକର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଂଶଗ୍ରହଣ କରିଥିଲେ। ସିଦ୍ଧପୁର ଜି.ପି.ର PEO, VDC କମିଟି, GPCC କମିଟି, SHG ସଦସ୍ୟମାନେ, VSS ସଦସ୍ୟ, ଫରେଷ୍ଟର ଓ ରେଞ୍ଜର ଅଫିସର, ହେଲଥ ଡିପାର୍ଟମେଣ୍ଟ, ପ୍ରୋଗ୍ରେସ NGO ଓ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ମେଳାରେ ମୋଟ ୬ଟି ଷ୍ଟଲ୍ ବସାଯାଇଥିଲା। ଏହି ମେଳାକୁ GPCC କମିଟି ଆୟୋଜନ କରିଥିଲେ ଏବଂ ଗ୍ରାମ ବିକାଶ NGO ସହଯୋଗ କରିଥିଲା। ଅତିଥିମାନଙ୍କୁ ସ୍ଥାନୀୟ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା।
ଅଗ୍ରାଧିକାର ଭିତ୍ତିକ ଯୋଜନାଗୁଡ଼ିକୁ GPCC ସଦସ୍ୟମାନେ ପ୍ରସ୍ତୁତ କରିଥିଲେ। ତାପରେ ଅତିଥିମାନେ ନିଜ ମତାମତ ଓ ଅଭିଭାଷଣ ପ୍ରଦାନ କରିଥିଲେ।

ଶେଷରେ ତାରାଡି ଗାଁର କଳାକାରମାନେ ଏକ ସୁନ୍ଦର ଷ୍ଟେଜ୍ ନୃତ୍ୟ ପ୍ରଦର୍ଶନ କରିଥିଲେ, ଯାହାକୁ ସମସ୍ତେ ଉପଭୋଗ କରିଥିଲେ।
ଏହି ମେଳାରେ ଘୁମୁସର ଜିଲ୍ଲା ପରିଚାଳକ ଦିବାକର ସାର୍, RMSG District Coordinator ସନ୍ତୋଷ ସାର୍, Project Manager ଶକ୍ତି ସାର୍ ଏବଂ ଗ୍ରାମ ବିକାଶ ସୋରଡ଼ା FCO ସହକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ସଭାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରାଯାଇଥିଲା।


