You are currently viewing ଦଣ୍ଡିଶ୍ୱର ବିଶ୍ୱ ଶାନ୍ତି ମହା ଯଜ୍ଞ ରେ କୋଦଳା ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ଦଣ୍ଡିଶ୍ୱର ବିଶ୍ୱ ଶାନ୍ତି ମହା ଯଜ୍ଞ ରେ କୋଦଳା ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ଙ୍କ ପୀଠରେ ଅନୁଷ୍ଠିତ ବିଶ୍ୱ ଶାନ୍ତି ମହା ଯଜ୍ଞ ରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି ! ଏହି ସୁଯୋଗ କୁ ହାତ ଛଡା କରିନାହିଁ କୋଦଳା ପୋଲିସ ! ଗୁରୁବାର ଦିନ କୋଦଳା ପୋଲିସ ପକ୍ଷରୁ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯିବା ସହ ପ୍ରୋଜେକ୍ଟ ମାଧ୍ୟମରେ ଟ୍ରାଫିକ ସଚେତନତା କରାଯାଇଥିଲା ! ଏଥି ସହ ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଷୟରେ ଏକ ଲିଫଲେଟ ବଣ୍ଟନ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଛି ! ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଲେଜ ଛାତ୍ର ଛାତ୍ରୀ, ଅଟୋ ଚାଳକ ସଙ୍ଘ ର ସଦସ୍ୟ ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।