You are currently viewing ବରଡାବିଲି ପାନୀୟ ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ .
ବରଡାବିଲି ପାନୀୟ ଜଳ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ .

ଧରାକୋଟ, ଶୀତ ଋତୁ ଯାଇ ଗ୍ରୀଷ୍ମ ଋତୁ ଆସୁଛି ଆଉ ଗ୍ରୀଷ୍ମ ଋତୁ ଅରମ୍ଭ ରୁ ହିଁ ଦେଖା ଦେଲାଣି ପାନୀୟ ଜଳ ସମସ୍ୟା, ଏମିତି ଏକ ସମସ୍ୟା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅନ୍ତର୍ଗତ ବରଡାବିଲି ନୁଆଁ ସାହି ରେ ଦୀର୍ଘ ଦିନ ହେଲା ଉତ୍କଟ ପାନୀୟ ଜଳ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ୧୩୦ ପରିବାର ୫୦୦ ରୁ ଉର୍ଦ୍ଧ ଲୋକ | ଗ୍ରାମଟି ଜାତୀୟ ରାଜ ପଥ ୫୯ ଉପରେ ଥିଲେବି ପ୍ରଶାସନର ନଜର ପଡୁନାହିଁ | ବରଡାବିଲି ନୁଆଁସାହି ବାସି ସରକାରଙ୍କ କି ଦୋଷ କରିଛନ୍ତି କାହିଁକି ଜଳ କଷ୍ଟ ଭଳି ଦଣ୍ଡ ମିଳୁଛି ସେମାନଙ୍କୁ ? କିଏ ଦେବା ଏହାର ଉତ୍ତର ବୋଲି ପ୍ରଶ୍ନ କଲେ ସ୍ଥାନୀୟ ବାସି |

ଗ୍ରାମବାସୀଙ୍କ ଏକ ମାତ୍ର ଭରସା ନିକଟରେ ଥିବା ଋଷୁକୁଲ୍ୟ ନଦୀ ଉପରେ | କିନ୍ତୁ ଅନେକ ସମୟରେ ବିଭିର୍ନ ପ୍ରକାର ମୃତ ଜୀବଜନ୍ତୁ, ଅଳିଆ ଆବର୍ଜନା ଭାସି ଆସୁଛି ଓ ବର୍ଷ ଦିନେ ନଦୀରେ ଗୋଳିଆ ପାଣି ଆସୁଥିବାରୁ ଚୁଆଁ ଖୋଳି ଗୋଲୀ ପାଣି ଆଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଗ୍ରାମବାସୀ |ଗାଁର ମହିଳା ମାନେ ପ୍ରାୟ ଏକ କିଲୋମଟର ଦୂର ପାଦରେ ଚାଲି ଚାଲି ବର୍ଷ ତମାମ ମୁଣ୍ଡରେ ପାଣି ଆଣି ଘରର ତମାମ କାର୍ଯ୍ୟରେ ଲଗାଇବା ପାଇଁ ବାଧ୍ୟ୍ୟ |

ସରକାରଙ୍କ ଯୋଜନା ମଧ୍ୟରେ ହରଘର ନଳ ମାତ୍ର ଏହି ଗାଁ ପାଇଁ ନଥିଲା ଭଳି ଜଣାପଡୁଛି |ନିକଟରେ ଥିବା ଟାଟା କଲୋନୀ ପାଇଁ ସରହର ଏହି ଗାଁ ଭିତର ଦେଇ ନଦୀରୁ ବସୁଧା ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେଇଥିବା ବେଳେ ଏହି ଗ୍ରାମ ପ୍ରତି ଏଭଳି ମନ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଜଣାପଡିଛି |ବୋଧେ ସରକାରଙ୍କ ଆନ୍ତରିକତା ଥିଲେବି ସ୍ଥାନୀୟ ପ୍ରଶାସନର ଆନ୍ତରିକତା ନଥିବା ଭଳି ଜଣାପଡୁଥିବା ଚର୍ଚା ହେଉଛି |ଆଗକୁ ଖରାଦିନ ଆସୁଥିବା ବେଳେ ପାଣି ପାଇଁ ଡହଳ ବିକଳ ହୋଇ ଲୋକେ ଆକ୍ରୋଶ ଚରମ ସୀମାରେ ଶୁଣାଇଦେଲେ ଚରମ ବାଣୀ | ଯଦି ଘର ପର୍ଯ୍ୟନ୍ତ ପିଇବା ପାଣି ସରକାର ନଯୋଗାଇ ଦେବେ ହେବ ରାସ୍ତା ରୋକ |ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ଭଳି ନିଷ୍ପତି ନେଇଥିବା କହିଛନ୍ତି ଗ୍ରାମ ବାସି |