ଗଞ୍ଜାମଜିଲ୍ଲା ବେଗୁନିଆପଡା:ଅନ୍ତର୍ଗତ ଏସ ଛଚିନା ପଞ୍ଚାୟତ ର ମଠ ବରିଡା ଗ୍ରାମର ଯାନୀ ସାହି ର ବରଜୁ ଯାନୀ, ବୟସ ଷାଠିଏ | ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପୀଡିତ | ବୟସ ର ଅପରାହ୍ନ ସାଙ୍ଗକୁ ରୋଗ ବ୍ୟାଧି ରେ ପଡି ଦୁଃଖରେ ମ୍ରିୟମାଣ ପୁରା ପରିବାର | ପରିବାର କହିଲେ ସ୍ତ୍ରୀ ଆଉ ଛୋଟ ଝିଅ | ଗରୀବ ପରିବାର ର ହୋଇଥିବାରୁ ଚିକିତ୍ସା ସମ୍ଭବ ପର ନୁହେଁ | ଗୋଟିଏ ପଟେ ମେଡିକାଲ ଖର୍ଚ୍ଚ ଅନ୍ୟ ପଟେ ପରିବାର ବୋଝ ସତେ ଯେମିତି ବରଜୁ ଙ୍କ ମୁଣ୍ଡରେ ବଜ୍ରାଘାତ ସଦୃଶ୍ୟ | ଗୁମୁରି ଗୁମୁରି କାନ୍ଦୁ ଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ | କିନ୍ତୁ ବେଳେ ବେଳେ ଅସହାୟ ମାନଙ୍କ ପାଇଁ ଦେବ ଦୂତ ସାଜିଥାନ୍ତି ଅନେକ ସମାଜସେବୀ | ବରଜୁ ଙ୍କ ସ୍ୱାସ୍ଥ୍ୟ ବସ୍ଥା ସମ୍ପର୍କରେ ଅବଗତ ହୋଇ ସାହାଯ୍ୟ ସହଯୋଗ ର ହାତ ବଢ଼ାଇଛନ୍ତି କୋଦଳା ଏନଏସି ର ପୂର୍ବତନ ନଗରପାଳିକା ତଥା ବିଶିଷ୍ଠ ସମାଜସେବୀକା ସୁନୀତା ପ୍ରଭା ସାହୁ | ଖବର ପାଇ ତୁରନ୍ତ ବରଜୁ ଙ୍କ ଘରେ ପହଞ୍ଚି ଚିକିତ୍ସା ପଦ୍ଧତି ପଚାରି ବୁଝିବା ସହ ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି | ଭବିଷ୍ୟତରେ ବରଜୁ ଙ୍କ ଚିକିତ୍ସା ପାଇଁ ସବୁ ସାହାଯ୍ୟ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
