ଖଲ୍ଲିକୋଟ :18/12 ଅଭାବୀ ବର୍ଷା ଯୋଗୁ ଖଲ୍ଲିକୋଟ ବ୍ଲକ ରେ ଖରିଫ ଧାନ ସବୁ ମରୁଡି ଶିକାର ହୋଇଥିବା ବେଳେ ଲଘୁଚାପ ଜନିତ ବର୍ଷା ବଳକା ଧାନ କୁ ନଷ୍ଟ କରିବା ଫଳରେ ଚାଷୀ ମାନଙ୍କ ଅର୍ଥନୀତି ପ୍ରଭାବିତ ହୋଇପଡିଛି |ଫଳରେ ଖଲ୍ଲିକୋଟ ବ୍ଲକ ର ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସୋମବାର ଦିନ ଖଲ୍ଲିକୋଟ ବ୍ଲକ ର କଞ୍ଚଣା ପଂଚାୟତ ଅନ୍ତର୍ଗତ ରାଣୀପଡ଼ା, ପୁସ୍ତପୁର ମଲ୍ଲିକେଶ୍ୱର, ପଭୃତି ଗ୍ରାମ ର ଚାଷୀ ମାନେ ଏକ ଦାବିପତ୍ର ଦେଇ ତୁରନ୍ତ କଞ୍ଚଣା ପଂଚାୟତ କୁ ମରୁଡି ଘୋଷଣା କରିବା ଦାବି ରେ ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟ ଘେରି ଥିବା ଜଣାପଡିଛି |

ଏହି ଘେରାଉ ରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ଅଂଶ ଗ୍ରହଣ କରି ତହସିଲଦାର ଶ୍ରୀକୁମାର ରଥ ଙ୍କୁ ଦାବି ପାତ୍ର ପ୍ରଦାନ କରିଥିବା ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
