You are currently viewing ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା,04/01, ନିକଟରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମାମିନୀ ମହାପାତ୍ରଙ୍କୁ ବିଦ୍ୟାଲୟ ପରିସରରେ ଭାବ ବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇ ବିଦ୍ୟାଳୟର ପ୍ରଗତି ପାଇଁ ଶ୍ରୀମତୀ ମହାପାତ୍ରଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହର ପ୍ରସାଦ ଖlଡେଙ୍ଗା , ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସବିତା କୁମାରୀ ମଲ୍ଲିକ,ସିଆରସିସି ରମେଶ ଚନ୍ଦ୍ର ପାଣିଗ୍ରାହୀ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ବେହେରା, ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା,ମନୋରଞ୍ଜନ ମହାରଣା, ସୁଯ୍ୟ ତ୍ରିପାଠୀ ଏବଂ କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ,ଲିଜା ବେହେରା, ପ୍ରିୟମ୍ବଦା ସାମଲ,କାହ୍ନୁ ଚରଣ ସାହୁ, ପ୍ରଦୀପ କୁମାର ସେଠୀ, ପ୍ରଗତି ପାତ୍ର, ଦିଲ୍ଲୀପ କୁମାର ଆଚାରୀ, ସୁଜ୍ୟୋତି ସୁବୁଦ୍ଧି, ସଙ୍ଗୀତା ପାତ୍ର,ପ୍ରତିମା ସ୍ୱାଇଁ ,ଉପସ୍ଥିତ ରହି ଶ୍ରୀମତୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ଏସ ଏମ ସି ସଭାପତି ତଥା ବିଶିଷ୍ଟ ସମାଜ ସେବୀ ଭି ଦେବୀ ପ୍ରସାଦ ପାତ୍ର ପରିଚାଳନା କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ଭାବ ବିହ୍ଵଳ ହୋଇପଡ଼ିଥିଲେ I ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷୟତ୍ରୀ ଯମୁନା ସେଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା ଧନ୍ୟବାଦ ଦେଇଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ-ଶିବରାମ ଚୌଧୁରୀ