You are currently viewing ଖଲ୍ଲିକୋଟ ଏନ ଏ ସି ରେ ଲାଗିବ 930 ନୂତନ ବିଜୁଳି ଖୁଣ୍ଟ, ଝଲସିବ ସହର, ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଅଧକ୍ଷ
ଖଲ୍ଲିକୋଟ ଏନ ଏ ସି ରେ ଲାଗିବ 930 ନୂତନ ବିଜୁଳି ଖୁଣ୍ଟ, ଝଲସିବ ସହର, ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଅଧକ୍ଷ

ଖଲ୍ଲିକୋଟ : 15/3 ସ୍ୱାଧୀନତା ପରେ ଅର୍ଥାତ 1950 ମସିହାରେ ଖଲ୍ଲିକୋଟ ସହର ର ବିଭିନ୍ନ ସହର ଓ ପୁରୁଣା ବସ୍ତି ମାନଙ୍କ ରେ ଲାଗିଥିବା ପୁରୁଣା କଳଙ୍କି ଲାଗି ଥିବା ବତୀ ଖୁଣ୍ଟ ସବୁ ହଟାଯାଇ ସେହି ସ୍ଥାନ ରେ ଲାଗିବ ନୂତନ ବିଜୁଳି ଖୁଣ୍ଟ ଓ ଉଜ୍ଜ୍ୱଳ ଆଲୋକ ମାଳା ରେ ଉଦ୍ଭାସିତ ହେବ ଖଲ୍ଲିକୋଟ ସହର | ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟ ର ସବୁ ଏନ ଏ ସି ଓ ମୁନିସିପାଲଟି ରେ ନୂତନ ବିଜୁଳି ଖୁଣ୍ଟ ଓ ଆଲୋକ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ଅର୍ଥ ବରାଦ କରିଛନ୍ତି |ତଦନୁଯାୟୀ ସର୍ବପ୍ରଥମେ ଏମ /ଏସ ଶିଷକା ପ୍ରାଇଭେଟ କମ୍ପାନୀ ର କର୍ମକର୍ତା ମାନେ ଖଲ୍ଲିକୋଟ ଆସି ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଙ୍କ ତତ୍ୱାବଧାନ ଏନ ଏ ସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ନାୟକ,ଏନ ଏ ସି ବିଜୁଳି କନିଷ୍ଟ ଯନ୍ତ୍ରୀ ଅବିନାଶ ମଳିକ ଓ ଶିଷକା ଟିମ ଓ କମ୍ପାନୀ ମାଲିକ ଅରୁଣ ମିତ୍ତଳ ପ୍ରମୁଖ ସହର ର 12 ଗୋଟି ୱାର୍ଡ ବୁଲି ଆବଶ୍ୟକ ଆକଳନ କରିଛନ୍ତି

ତେବେ ରାଜ୍ୟ ରାଜପଥ 30 ର ହରିଡ଼ାମୂଳ ଠାରୁ ନିର୍ମଳ ଝର ଓ ନିର୍ମଳ ଝର ଛକ ଠାରୁ ମକୁନ୍ଦପୁର ଛକ ସମେତ ପାର୍କ ମର୍ଦରାଜ ପୋଖରୀ, ପାହାଚ ବନ୍ଧ ପୋଖରୀ, ଲାଞ୍ଜି ବନ୍ଧ, ଦେଉଳ ବନ୍ଧ, ବଳିୟାର ସିଂ ପୋଖରୀ, ନେଳିଆ ବନ୍ଧ ପ୍ରମୁଖ ପୋଖରୀ ଓ ସମସ୍ତ ମନ୍ଦିର ମସଜିଦ ଓ ମାର୍କେଟ, ସର୍ବସାଧାରଣ ବିଚରଣ ସ୍ଥଳ ରେ 930 ବିଜୁଳି ଖୁଣ୍ଟ ଓ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯିବ ବୋଲି ନଗରପାଳ ଇଂ ନିରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ପ୍ରକାଶ କରିବା ସହ ଏହିଭଳି ଆଧୁନିକ ଆଲୋକୀକରଣ ବ୍ୟବସ୍ଥା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଙ୍କୁ ସହରବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି |ସେହିପରି ଖଲ୍ଲିକୋଟ ସହର ରେ ଖୁବ ଶୀଘ୍ର ସି ସି ଟିଭି ବ୍ୟବସ୍ଥା ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି |
( ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )