କୋଦଳା – ଗଞ୍ଜାମ ଜିଲ୍ଲା କୋଦଳା ଏ ନେ ସି ଅନ୍ତର୍ଗତ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ବିର୍ସା ମୁଣ୍ଡା ଙ୍କ ଜନ୍ମଜୟନ୍ତୀ ଅବସରରେ , ‘ ଜନଜାତି ନେତାଙ୍କ ଅବଦାନ ‘ ଉପଲକ୍ଷେ ଏକ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ।ଏଥିରେ ମହାବିଦ୍ୟାଳୟ ର ଭାରର୍ପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁବାଳା ନନ୍ଦଙ୍କ ସମେତ ମୂକ୍ଷ୍ୟ ବକ୍ତା ଭାବେ ଇତିହାସ ବିଭାଗୀୟ ଅଧ୍ୟାପକ ଶ୍ରୀ ବିନୋଦ କୁମାର ମିଶ୍ର , ଶ୍ରୀମତୀ ଗୃହ ଲକ୍ଷ୍ମୀ ସାହୁ , ସ୍ବେଛାସେବୀ ଙ୍କୁ ଜନଜାତି ସମ୍ପର୍କୀୟ ନେତାଙ୍କ ଭୂମିକା ସମ୍ପର୍କେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପ୍ରତିଯୋଗିତା ର ବିଚାରକ ଭାବେ କାର୍ଯ୍ୟକର୍ମ ଅଧିକାରୀ ଡ& ପ୍ରଦୀପ କୁମାର ପଣ୍ଡା , ଓଡ଼ିଆ ବିଭାଗୀୟ ଅଧ୍ୟାପକ ଶ୍ରୀ ସାଗର ଚାନ୍ଦ ପାତ୍ର , ଅଧ୍ୟାପିକା ଗୃହ ଲକ୍ଷ୍ମୀ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡ& ସାଗରିକା ସ୍ୱାଇଁ , ଅଧ୍ୟାପିକା ଶ୍ରୀମତୀ ସଗରିକା ଦାସ , ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ମହାପାତ୍ର ଙ୍କ ସହ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗ ରେ ପ୍ରତିଯୋଗିତାର ଫଳା ଫଳ ଘୋଷଣା କରାଯାଇଥିଲା। ବକୃତା ପ୍ରତିଯୋଗିତା ର ପ୍ରଥମ ସ୍ଥାନରେ ଲିପ୍ସା ରାଣୀ ହୋତା , ଦ୍ୱିତୀୟ ସ୍ଥାନରେ ନନ୍ଦିନୀ ସାହୁ ଓ ତୃତୀୟ ସ୍ଥାନରେ ମିତାଲି ରଥ ସ୍ଥାନ ପାଇଥିଲେ ।

ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
